STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ସମ୍ଭାବନା

ସମ୍ଭାବନା

1 min
150


ହୁଏତ ହୋଇପାରେ ସୂର୍ଯ୍ୟାସ୍ତ

ଅବା ଚନ୍ଦ୍ର ପରାସ୍ତ

ବିଜ୍ଞାନ ଥିବ ନିଶ୍ଚିନ୍ତ

ଯଦିଓ ଜଳୁଥିବ ଆଲୋକ

ପିତୃପୁରୁଷ ଆସୁଥିବେ ଯାଉଥିବେ ମହକ

ବଡ଼ବଡ଼ୁଆ ଓ କାଳୀପୂଜାର ଗୋଲକ 

ଦେବାକୁ ଆଶ୍ୱାସନା ସମ୍ଭାବନା ଭବିଷ୍ୟତ

ମଣିଷର ମାନବିକତା ଓ ମଣିଷପଣିଆ

କୋଉ ଭିତ୍ତିଭୂମି ପର୍ଯ୍ୟବେଶିତ

ସେଇଠି ଅଟକିଯିବ ଟ୍ରେନ ଓ ପ୍ଲେନ

ପବନ ଥମ ସମୁଦ୍ର ଗୁମ

ଅନ୍ଧାର ମୁହଁ ଲୁଚେଇବ ଆଲୋକ ବକ୍ଷରେ

ଆଲୋକ ଉଦ୍ଭାସିତ ହେବ

ଗଛ ପତ୍ର ଫୁଲ ଫଳ ନଦୀ ନାଳ

ତିମିରି ଅପସରି ନଥିବେ ଆନ୍ଦୋଳନକାରୀ

ନଥିବ ପାର୍ଥକ୍ୟ ରକ୍ତ ଦେବାପାଇଁ ଅନିଛୁକ

ବରଂ ଦିଘଡି ବଞ୍ଚିବା ପାଇଁ ଛାଇଟିଏ ଗଛ ପରି ଦେଇ

ଭାଇଚାରା ଲକ୍ଷ ହେବ ମଜଭୂତ

ଗ୍ରହଣ ପରାଗ ତା ବାଟରେ ଥାଉ

ବିଜ୍ଞାନ ଗଣିତ ସାହିତ୍ୟ ଯେମିତି ଥିଲା ଏଯାବତ

ଭୂଗୋଳ ଚନ୍ଦ୍ର ସୂର୍ଯ୍ୟ କାହିଁକି

ନବଗ୍ରହଙ୍କୁ ଶାନ୍ତି ସଂହତି ମନ୍ତ ଦେଉ ଦେଉ

ମାନବିକତା ହଇଯିବ ଅସ୍ତ୍ର

ମଣିଷପଣିଆ ସାମାଜିକ ଶସ୍ତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract