STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ସମ୍ଭାବନା.... ତୁମେ ମୋ ମନର

ସମ୍ଭାବନା.... ତୁମେ ମୋ ମନର

1 min
461

ସମ୍ଭାବନା ତୁମେ କହିବନି

ମନ ଗହୀରରେ ମନ କଥା ମାରି

ମୋ ମନ ମାନସରେ ରହିବନି

ସମ୍ଭାବନା ତୁମେ ରହିବନି

ଜୀବନ ମରୁରେ ନଈଟିଏ ହୋଇ

ଶେଷ ଶୋଷ ପାଇଁ ବହିବନି

ସମ୍ଭାବନା ତୁମେ ବହିବନି

ଚଗଲା ରାତିର ମହୁଲି ନିଶାରେ

ନିଷିଦ୍ଧ ଗଜଲ୍ ଗାଇବନି

ସମ୍ଭାବନା ତୁମେ ଗାଇବନି

ମଧୁଶାଳା ମଧୁ ପିଆଲାରେ ମୋତେ

ବର୍ଷା ବିନ୍ଦୁ ହୋଇ ଛୁଇଁବନି

ସମ୍ଭାବନା ତୁମେ ଛୁଇଁବନି

ସମାଜ ଛୁରୀରେ ଆତ୍ମହତ୍ୟା କରି

ସରିଯିବ ପଛେ ଜିଇଁବନି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract