ସମ୍ଭାବନା.... ତୁମେ ମୋ ମନର
ସମ୍ଭାବନା.... ତୁମେ ମୋ ମନର
ସମ୍ଭାବନା ତୁମେ କହିବନି
ମନ ଗହୀରରେ ମନ କଥା ମାରି
ମୋ ମନ ମାନସରେ ରହିବନି
ସମ୍ଭାବନା ତୁମେ ରହିବନି
ଜୀବନ ମରୁରେ ନଈଟିଏ ହୋଇ
ଶେଷ ଶୋଷ ପାଇଁ ବହିବନି
ସମ୍ଭାବନା ତୁମେ ବହିବନି
ଚଗଲା ରାତିର ମହୁଲି ନିଶାରେ
ନିଷିଦ୍ଧ ଗଜଲ୍ ଗାଇବନି
ସମ୍ଭାବନା ତୁମେ ଗାଇବନି
ମଧୁଶାଳା ମଧୁ ପିଆଲାରେ ମୋତେ
ବର୍ଷା ବିନ୍ଦୁ ହୋଇ ଛୁଇଁବନି
ସମ୍ଭାବନା ତୁମେ ଛୁଇଁବନି
ସମାଜ ଛୁରୀରେ ଆତ୍ମହତ୍ୟା କରି
ସରିଯିବ ପଛେ ଜିଇଁବନି....
