STORYMIRROR

Satyajit Swain

Romance Tragedy

3  

Satyajit Swain

Romance Tragedy

ସମାନ୍ତର ରେଖା

ସମାନ୍ତର ରେଖା

1 min
225

ତୁମେ ଖୋଜୁଥିବ ଆଖିର ଲୁହରେ 

ବିଗତ ଦିନର ସ୍ମୃତି 

ମୁଁ' ପାଉଥିବି ବିରହର ମଧ୍ୟେ, 

ନୂଆ ଏକ ଆତ୍ମତୃପ୍ତି ।

ତୁମେ ଦେଖୁଥିବ ମନ ଆଇନାରେ 

ସେଇ ମଧୁଭରା ଛବି 

ମୋ' ହୃଦୟ ଦୁଃଖ ବଖାଣିବା ପାଇଁ, 

ସାଜିଥିବି ମୁହିଁ କବି ।

ତୁମେ ପଢୁଥିବ ସାଇତା ଚିଠିରୁ 

ମୋ' ହୃଦୟ କଥା ନିତି 

ମୁହିଁ ଏଠି ପୁଣି ତୁମରି ନାଆଁରେ, 

ଲେଖୁଥିବି ପ୍ରେମଗୀତି ।

ଆମେ ଦୁହେଁ ପରା ଏଇ ଦୁନିଆଁରେ 

ଦୁଇ ସମାନ୍ତର ରେଖା 

ମିଶିବା ଆମର ଅସମ୍ଭବ ଅଟେ, 

ଆଗରୁ ରହିଛି ଲେଖା ।


Rate this content
Log in

Similar oriya poem from Romance