STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ସମାନତା

ସମାନତା

1 min
195


ବୈଜ୍ଞାନିକ ଚିନ୍ତାଧାରା  ନେଇଖୋଜି ବିଶ୍ବସାରା

     ତନ୍ନତନ୍ନକରି ରକ୍ତଅଣୁ ସକଳ,

ଭ୍ରମି ମୁହିଁ ସବୁ ସ୍ଥାନେ   ସର୍ବ ଜାତି ସର୍ବ ବର୍ଣ୍ଣେ

     ପରୀକ୍ଷା କରିଛି ମୁହିଁ ଆମୂଳଚୂଳ,

      ମିଳିନାହିଁ ଭିନ୍ନତା କାହିଁ,

   ରକତ କଣିକା ସବୁ ସମାନ ତହିଁ||


ଭାରତୀୟ ସମ୍ବିଧାନ   କର ସର୍ବେ ପ୍ରଣିଧାନ

    ସକଳ ଜନର ଅଛି ସମାଧିକାର,

ନାରୀ ହେଉ କି ପୁରୁଷ   ସବୁଧର୍ମର ମଣିଷ

   ଯେଉଁ ଜାତି ଭାଷା ବର୍ଣ୍ଣ ହେଉ ଯାହାର,

       ସରବେ ଈଶ୍ବର ସନ୍ତାନ,

   ଈଶ୍ବରଙ୍କ ଦରବାରେ ସର୍ବେ ସମାନ||


କୁହ ତେବେ କିସପାଇଁ    ଭେଦା ଭେଦ ଭାବ ଭାଇ

     ଜାଣ ସର୍ବେ ସମାନତାର ଅଧିକାର,

ଜାତିଧର୍ମ ନର ନାରୀ    ଉଚ୍ଚ ନୀଚ୍ଚ ଭେଦ କରି

     କରେ ଯଦି କେବେ ତୁମଠି ଅତ୍ୟାଚାର,

        ଉଠାଅ ହେ ତୁମରି ସ୍ବର,

     ସମାନତା ଅଧିକାର ସାବ୍ୟସ୍ତ କର||

 

ନଈ ନାଳ ବିଲ ବନ   ଗାଆଁ ଦାଣ୍ଡ ବିଦ୍ୟାଳୟ

    ସବୁଛି ରହିଛି ସମାନ ଅଧିକାର,

ସର୍ବ ସାଧାରଣ ସ୍ଥାନ    ସର୍ବାଧିକାର ସମାନ

    କାହିଁ ନାହିଁ ଶୋଷଣ କଷଣର ସ୍ଥାନ,

         ସଭିଏଁ ଅଟନ୍ତି ସମାନ,

     ସମାନତା ଅଧିକାର ସବୁରି ଜାଣ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational