STORYMIRROR

Niranjan Sahu

Inspirational Others

3  

Niranjan Sahu

Inspirational Others

ସମାଜକୁ ନେଇ ଚଳିବ

ସମାଜକୁ ନେଇ ଚଳିବ

1 min
228


ବୟସ କୁ ନେଇ ଗରବ କରନି    

ବୟସ ଦିନେ ଖସିବ

ବୟସ ହଟିବ ଶରୀର ଘଟିବ

ଶରୀର ମାଟିରେ ମିଶିଵ,


ଯେଉଁ ରୁପ ପାଇଁ ଗରବ କରୁଛ

ରୁପ ଦେଖି ଯୁଗ ହସିବ

ରୂପ ଚାଲିଯିବ ବାର୍ଦ୍ଧକ୍ୟ ଆସିବ

ଅଲୋଡ଼ା ଜୀବନ ପାଇବ...


ବାହୁ ବଳ ନେଇ ଗରବ କରନି

ଶରୀର ଦୁର୍ବଳ ହୋଇବ

ବଳ ଚାଲିଯିବ ହାଡ଼ ରହିଯିବ

ନିର୍ଜୀବ ଜୀବନ ଲଭିବ....


ଧନ ବଳ ନେଇ ଗରବ କରନି

ସବୁ ଧନ ଏଠି ରହିବ

ଜୁଇରେ ଶୋଇବ ଅଗ୍ନିରେ ପୋଡିବ

ପାଉଁଶ ମୁଠାଏ ହୋଇବ.....


ବଡ଼ଲୋକ ବୋଲି ଗରବ କରନି

ବଡ଼ପଣ ଚୁନା ହୋଇବ

ସମୟ ସରିଲେ ବେଳ ବୁଡିଗଲେ

ଲୋକଲୋଚନ ରୁ ହଟିବ,,....


କେଡେ କେଡେ ରଥୀ ଚାଲିଯାଇଛନ୍ତି

ଏ କଥାକୁ ମନେ ରଖିବ

କିଛି ଦିନ ପାଇଁ କୁଣିଆ ଆସିଛ

ମରମ କଥାକୁ ବୁଝୁବ.......


ମଣିର ଜନମ ଗୋଟିଏ ପାଇଛ

ମଣିଷ ଭଳିଆ ହୋଇବ

ମଣିଷ ହେଉଛି ସାମାଜିକ ପ୍ରାଣୀ

ସମାଜକୁ ନେଇ ଚଳିବ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational