ସମାଜେ ବଞ୍ଚୁ ଦୁହିତା
ସମାଜେ ବଞ୍ଚୁ ଦୁହିତା
ସର୍କାରୀ ନିୟମ ବାଜୁଛି ଡିଣ୍ଡିମ
ନାରୀ ସୁରକ୍ଷାକରଣ,
ପୁରୁଷ ଓ ନାରୀ ସମଭାଗିଦାରୀ
କେହି ନୁହେଁ ବଡ଼ସାନ ।
ସେବେକାର କଥା ଏବେ ଆଉ ନାହିଁ
ପୁଅ ଠାରୁ ଝିଅ ନ୍ୟୁନ ,
ଯୁଗ ଓଲଟିଛି ସମୟ ଆସିଛି
ଏକ ନୁହେଁ ଆନୁ ଭିନ୍ନ ।
ସରକାରୀ ନୀତି ନାଲି ଫିତା ତଳେ
ତାହା ଅବା ଜାଣେ କିଏ ?
ଯିଏ ଅବା ଜାଣେ ଜାଣିକି ଅଜଣା
ନାରୀ ତ ଧର୍ଷିତା ହୁଏ ।
ସମ ଭାବ ଯଦି ରହିଛି ସମାଜେ
ହୁଅନ୍ତା କି ବଧୂ ପୋଡ଼ି ?
ଗଣ ବଳାତ୍କାର ବଳତ୍କାରୀ ସଂଖ୍ୟା
ଯାଆନ୍ତା କି ବଢ଼ି ବଢ଼ି ?
ଜନ୍ମର ପୂର୍ବରୁ ମାତାଙ୍କ ଗର୍ଭରୁ
କନ୍ୟା ଭ୍ରୂଣ ହତ୍ୟା ହୁଏ ,
ସୃଷ୍ଟିକାରୀ ଯଦି ହତ୍ୟାକାରୀ ହେଲେ
ରକ୍ଷା କରିବ ଯେ କିଏ ।
ଆସ ଆମେ ଆଜି ଶପଥ କରିବା
ବଦଳୁ ମାନସିକତା ,
ରାକ୍ଷସ ପ୍ରବୃତ୍ତି କରିବା ନିବୃତ୍ତି
ସମାଜେ ବଞ୍ଚୁ ଦୁହିତା ।
