ସମାଜବନ୍ଧୁ ଗୋପବନ୍ଧୁ
ସମାଜବନ୍ଧୁ ଗୋପବନ୍ଧୁ
ପବିତ୍ର ହୋଇଥିଲା ଆମ ଉତ୍କଳ ମାଟି ,
ମଣି ସମ ହୋଇଥିଲା ଉଦ୍ଭାସିତ,
ତୁମ ଆଗମନ ରେ, ହେ ଉତ୍କଳମଣି,
ଜନବନ୍ଧୁ ଭାବେ ହେଲ ପରିଚିତ,
ଧନ୍ୟ ସେ ପିତା,ମାତା,ତୁମକୁ କୋଳରେ ଧରି।।
ଜୀବନ ସଂଗ୍ରାମେ କେବେ ହାରି ନ ଯାଇ,
ଧରି ଦୃଢ଼ ହସ୍ତେ ସମାଜ ର ମଙ୍ଗ,
ଜନ କଲ୍ୟାଣ ବ୍ରତରେ ହେଲ ବ୍ରତୀ,
ସାହିତ୍ୟ, ଭାଷା କ୍ଷେତ୍ର କରି ଉଜ୍ଜ୍ବଳ,
ଜୀବନ ସଂଗ୍ରାମେ ଯୋଦ୍ଧା ସମ ଥିଲ ଅବତରି ।।
ପରିବାର ସୁଖ, ନିଜ ଜୀବନ କୁ ତୁଚ୍ଛ ମଣି,
ଜନ କଲ୍ୟାଣ ପାଇଁ ସଦା ଆଗଭର,
ସଦା ତତ୍ପର, ମାଁ ମାଟିର ମଙ୍ଗଳ ପାଇଁ ,
ଖଣ୍ଡିତ ଉତ୍କଳ,ମିଶ୍ରିତ ଭାଷା କରି ଉଦ୍ଧାର ,
ଧନ୍ୟ ହେଲା ଉତ୍କଳ ଜନନୀ ତୁମ ପରି ସନ୍ତାନ ପାଇ।।
ଆଉ ଥରେ ଆସ ଫେରି ,ହେ ଉତ୍କଳମଣି,
ମାଁ ମାଟି ଖୋଜେ ତୁମ ପରି ସନ୍ତାନ,
ଉତ୍କଳ ଜନନୀ କାନ୍ଦେ ଆଜି ତୁମକୁ ଝୁରି,
ଆସ ହେ ଜନ ସମାଜର ବନ୍ଧୁ ,ଉଦ୍ଧାର କର,
ଆମ ପରମ୍ପରା,ଆମ ଭାଷା,ଆମ ସଂସ୍କୃତି, ହେ ଉତ୍କଳମଣି।।
