STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ସଲାମ

ସଲାମ

1 min
219


ସଲାମ କରୁଛି ମୁଁ ମୋର           

ସେହି ଡାକ୍ତର ଭାଇକୁ

ଲୋଭୀ ଚୋର ଠକର         

ଆଖ୍ୟା ଦେଇଥିଲି ଯାହାକୁ,

ଆଜି ଯେତେବେଳେ ଅଜଣା     

ଶତ୍ରୁଟା କରିଦେଲା ଆକ୍ରମଣ

ଜାଣିଲି ମୁଁ ମୂର୍ଖ ସମାଜ ପାଇଁ      

କେତେ ତାର ଅବଦାନ।


ସଲାମ କରୁଛି ମୁଁ ମୋର          

ସେହି ପୋଲିସ ଭାଇକୁ

ବସିଖିଆ ଲାଞ୍ଚନିଆ ବୋଲି          

ଭାବୁଥିଲି ମୁଁ ଯାହାକୁ,

ଆଜି ଯେତେବେଳେ ଏ ପରିସ୍ଥିତିରେ    

ହୁଏ କେହି ଅମାନିଆ

ବୁଝାଇ ଶୁଝାଇ ସବୁକୁ ମନାନ୍ତି       

ଭୁଲିଯାଇ ନିଜ ଦୁନିଆ।


ସଲାମ କରୁଛି ମୁଁ ମୋର        

ସେହି ସ୍ୱାସ୍ଥ୍ୟକର୍ମୀ ଭାଇକୁ

ଅଳସୁଆ ଆଉ କାମଚୋର    

ବୋଲି କୁହାଯାଉଥିଲା ଯାହାକୁ,

ଆଜି ଯେତେବେଳେ ଡାକରା ପଡ଼ଇ 

ଦିନ ହୋଉ ଅବା ରାତିରେ

ଜୀବନକୁ ନିଜ ପରବା ନକରି    

ମାତିଛନ୍ତି ଦେଶ ସେବାରେ।


ସଲାମ କରୁଛି ମୋ ମୋର     

ସେଇ ସଫେଇଵାଲା ଭାଇକୁ

ଅଳିଆ ଅସନା ଅପରିଷ୍କାର     

ବୋଲି କହୁଥିଲି ମୁଁ ଯାହାକୁ,

ଆଜି ଯେତେବେଳେ ଦରକାର    

ପଡେ ମୋ ସହରର ସ୍ୱଚ୍ଛତା

ଯୋଦ୍ଧା ଭଳି ସେ ଚାଲି ଆସିଛନ୍ତି       

ନକରି ନିଜର ଚିନ୍ତା।


ସଲାମ କରୁଛି ମୁଁ ମୋର       

ସେହି ମିଡିଆ ଵାଲା ଭାଇକୁ

ପାଇସାଖିଆ ଓ ଟି ଆର ପି ପିପାସୁ     

ଭାବୁଥିଲି ମୁଁ ଯାହାକୁ,

ଆଜି ଯେତେବେଳେ କୋରନା    

ରାକ୍ଷସ ଖେଳାଉଛି ତୁଫାନ

ସବୁ ସମୟର ଖବର ଯୋଗାଇ  

କରାଉଛି ଆମକୁ ସଚେତନ।


ହୃଦୟରୁ ଧନ୍ୟବାଦ ସମସ୍ତଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics