Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

4  

Sudeshna Pradhan

Fantasy Inspirational Children

ସଲାମ ନେତାଜୀ

ସଲାମ ନେତାଜୀ

1 min
318


ଜନ୍ମଦିନର ଶୁଭେଚ୍ଛା ଘେନ,                     

ହେ ମୋର ପ୍ରିୟ ନେତାଜୀ  

ତୁମ ବୀରପଣ, ସାହସ ଅଗଣ୍ୟ,                    

ପାଇଛୁ ସ୍ୱାଧୀନତା ଆଜି |    

   

ଧନ୍ୟ ହୋଇଲା ଏ ଉତ୍କଳ ମାଟି,                    

ତୁମ ପରି ବୀର କରି ପ୍ରାପ୍ତି,      

ବୀର ଯବାନ, ତୁମେ ବଳୀୟାନ,                      

ଦେଶ ପାଇଁ ଜୀବ ଦେଲ ବାଣ୍ଟି |     


ଟପ ଟପ କରି ଘୋଡା ଛୁଟାଇ,                      '

ଦିଲ୍ଲୀ ଚଲୋ' ଡାକରା ଦେଇ,      

ତୁମ ଡାକ ଶୁଣି, ଲକ୍ଷ ଯବାନ                       

ବୀର ଦର୍ପରେ ଆସିଲେ ଧାଇଁ |     


ରକ୍ତ ଦିଅ ମୋତେ, ଦେବି ସ୍ୱାଧୀନତା,                 

ଘୁରାଇ ଦେଲା ଲକ୍ଷ ଜନ ମଥା,   

ତାତିଲେ, ମାତିଲେ ବୀର ଦର୍ପରେ,                     

ସ୍ୱରାଜ ପାଇଁକି ଶୁଣି ତୁମ କଥା |  


ଇଂରେଜ ବଳ, ହେଲା ଟଳ ମଳ,                        

ଶୁଣି ଗର୍ଜନ, ଦେଖି ତୁମ ଦଳ

ପଛ ଘୁଞ୍ଚା ନାହିଁ ବୀରର ଜାତକେ,                   

ନ ପଳାଏ ସେ ଯେ ପରାଣ ଆତଙ୍କେ |


ଗୁଳି ବାରୁଦରେ ବର୍ଷଣ କଲେ,                         

ନ ଡରି ବଢିଲେ ବୀର ଦର୍ପରେ

ଡରିଲା, ଥରିଲା ସେ ବିଦେଶ ଛାତି,                  

ଦେଶ ଛାଡିବାକୁ ନେଲେରେ ନିଷ୍ପତ୍ତି |


ସଉଦା କଲେ ସେ ବୀରପୁତ୍ର ସହ,                    

ସ୍ୱରାଜ୍ୟ ବଦଳେ ମାଗିଲେ 'ସୁଭାଷ'

ବେଳକାଳ କିଛି ଅପେକ୍ଷା ନ କରି,                  

ରାଜି ହୋଇଗଲେ ନେତାଜୀ ସେକ୍ଷଣି |


ଏହା ଦେଖି ବିଦେଶୀ ନୋଇଁଲେ ମଥା,,                 

ଚାଲିଗଲେ ଦେଖି ସେ ସାହାସିକତା

ସମସ୍ତଙ୍କୁ ଫେରାଇଣ ସ୍ୱାଧୀନତା,                       

ଦେଶ ଛାଡିଗଲ, ଗଢ଼ିଣ ଏକତା |


ଆଜି ବି ଏ ଦେଶ ଗାଏ ତୁମ ଗାଥା,                  

ଶୁଭେଚ୍ଛା ଘେନ ଆହେ ବୀର ନେତା

ତୁମକୁ କରୁଛୁ ଅଶେଷ ସଲାମ,                       

ବୀର ପୁତ୍ର ତୁମେ ସ୍ୱାଧୀନ ସନ୍ତାନ |


Rate this content
Log in

Similar oriya poem from Fantasy