ସଖୀ
ସଖୀ
ତୁମ ମୌନତା ଭଙ୍ଗ କରିଥରେ
କୁହ ଆଗୋ ମିଠାକଥା,
କଥା ତୁମର କୋଇଲିର ସ୍ୱର
ହସରୁ ଝରେ ମୁକୁତା।
ତୁମ ଲାଜ ସତେ ଇନ୍ଦ୍ରଧନୁ ରଙ୍ଗ
ଛାଇଯାଏ ମନ ଆକାଶେ,
ଗଭାରେ ତୁମର ମଲ୍ଲୀ ଗଜରା
ଆହାଃ କି ସୁନ୍ଦର ଦିଶେ !
ଶଶୀମୁଖ ତୁମ ଝଟକି ଦିଶେ
ବହେ ଜ୍ୟୋସ୍ନାର ଝର,
ଆଖିର କଜ୍ବଳ ପୁଷ୍ପଧନୁ ହୋଇ
ମାରୁଅଛି ପ୍ରେମତୀର।
ତୁମ ଉପସ୍ଥିତି ମଳୟ ପରଶ
ଚାହାଣୀ ଯେ, ମଧୁଝରା,
ଚଇତ ଆକାଶେ ଅଦିନ ମେଘ
ତୁମେ ବରଷାର ଧାରା।।

