ଏ କଲମ
ଏ କଲମ
1 min
394
ଏ କଲମ କେବେ ନିହାଣଟିଏ
ତୋ ରୂପ ସୌନ୍ଦର୍ଯ୍ୟର ମୂର୍ତ୍ତି ଗଢ଼େ,
ଏ କଲମ କେବେ ତରବାରୀ ଟିଏ
ଅନ୍ୟାୟ,ଅନୀତି ବିରୁଦ୍ଧରେ ଲଢ଼େ।
ଏ କଲମ କେବେ ମଲମଟିଏ
ହୃଦୟର ଗଭୀର କ୍ଷତ ଶୁଖାଏ,
ଏ କଲମ କେବେ ରଙ୍ଗ ତୂଳୀ ଟିଏ
ସବୁଜିମା ପ୍ରକୃତିର ଚିତ୍ର ଫୁଟାଏ।
ଏ କଲମ କେବେ ଶବ୍ଦର ଝରଟିଏ
ସଂସ୍କୃତି,ପରମ୍ପରାର ସଙ୍ଗୀତ ହୁଏ,
ଏ କଲମ କେବେ ବଇଁଶୀଟିଏ
ପ୍ରିୟା ପୀରତିରେ ପ୍ରେମଗୀତି ଗାଏ।
ଏ କଲମ କେବେ ବ୍ୟଙ୍ଗ ପେଡ଼ିଟିଏ
କାହା ଅଧର ଧାରେ ଫୁଟାଏ ହସ,
ଏ କଲମ କେବେ ଆଜୀବନ ସାଥୀ
ଲେଖିଯାଏ କାହା ଜୀବନ ଇତିହାସ।
