STORYMIRROR

Govind Patra

Others

3  

Govind Patra

Others

ତୁମ ଭାବନାର କବି

ତୁମ ଭାବନାର କବି

1 min
204

ମୁଁ କୋଉ ଗୋଟେ କବି ଗୋ

ବାସ୍ ତୁମ କଥା ଲେଖୁଥାଏ,

ତୁମ ହୃଦୟଟା ଏତେ ସୁନ୍ଦର ବୋଲି

ଅନେକ ହୃଦୟ ଛୁଏଁ।


ହୃଦୟେ ତୁମକୁ ସାଇତିଛି ରଖିଛି

ତେଣୁ ଏତେ ଭାବ ଶବ୍ଦ ପାଏ,

ତୁମେ ଆସି ଯଦି କେବେ ଛୁଇଁ ଦେବ

ପ୍ରେମେ ମରିଯିବି ହାଏ।


ତୁମେ ଆକାଶର ରୂପେଲି ଜହ୍ନ ଗୋ

ମୁଁ ସରସୀର କଇଁ ଟିଏ,

ଆକାଶ କଇଁଆ ଚିଲିକାର ମାଛ

ଆମ ପ୍ରେମ ଗପଟଟିଏ।


Rate this content
Log in