କ୍ଷଣସ୍ଥାୟୀ
କ୍ଷଣସ୍ଥାୟୀ
1 min
116
ଦେଖିଥିଲି ଆଷାଢ଼େ ପୂର୍ଣ୍ଣ ଯୌବନା
ଉଛୁଳା ନଈର ଧାର,
ବୈଶାଖେ ଦେଖୁଛି ଶୁଷ୍କ ମରୁଭୂଇଁ
ଶୁଖିଗଲାଣି ସେ ଝର।
ଦେଖିଥିଲି ଆଷାଢ଼େ ଶ୍ୟାମଳ ତରୁ
ହୃଷ୍ଟପୃଷ୍ଟ ତା ଶରୀର,
ବୈଶାଖେ ଦେଖୁଛି ଥୁଣ୍ଟା ବୃକ୍ଷଟିଏ
ପତ୍ରହୀନ କଳେବର।
ଦେଖିଥିଲି ଆଷାଢ଼େ ସବୁଜ କ୍ଷେତ
ପରିହିତା ପାଟବସ୍ତ୍ର,
ବୈଶାଖେ ଦେଖୁଛି ନୁଖୁରା ଭୂମିଟେ
ଛୁଇଁଲେ ଲାଗେ ପଥର।
ଶୁଣିଥିଲି ଦିନେ ଆଦ୍ୟ ବସନ୍ତରେ
କୋଇଲିର ମିଠା ସ୍ୱର,
ସଦ୍ୟ ନିଦାଘରେ ଶୁଣୁଅଛି ଏବେ
ତୃଷ୍ନାର ଆର୍ତ୍ତ ଚିତ୍କାର ।
