STORYMIRROR

Govind Patra

Others

4  

Govind Patra

Others

ତୁମ ବିନା ଲାଗେ ଫିକାଫିକା

ତୁମ ବିନା ଲାଗେ ଫିକାଫିକା

1 min
341

ରଜ ତ ଆସିଲା ସଜବାଜ ହୋଇ

ଅଳସୀ ତରୁଣୀ ଲାଜରେ,

ତୁମେ ଆସିଲନି ଆଗୋ ମୌସୁମୀ

ରହିଲ କେଉଁ ରାଇଜରେ ।


ତୁମ ବିନା ଲାଗେ ଫିକାଫିକା ରଜ

ଭିଜା ବାସ୍ନା ନାହିଁ ମାଟିରେ,

କଦମ୍ବ ଚାହିଁଛି ମହକିବ ବୋଲି

ତୁମରି ପୀରତି ଛୁଆଁରେ।


କୃଷକ ବାପୁଡ଼ା ରହିଛି ଅନେଇ

ଆସିବ ବୋଲି କ୍ଷେତଧାରେ,

ତୁମରି ଶୀତଳ ଛୁଆଁରେ ଖେଳିବ

ପୁଲକ ସଭିଙ୍କ ପ୍ରାଣରେ।


ଧରିତ୍ରୀ ଚାହିଁଛି ଚାତକ ପରିକା

ମିଳନର ଅଭିଳାଷରେ,

ରଜସ୍ୱଳା ଭୂଇଁ ପୂର୍ଣ୍ଣତା ପାଇବ

ନୂଆ ସୁନାର ଫସଲରେ।


ଅଭିମାନ ଭାଙ୍ଗି ଫେରିଆସ ତୁମେ

ରହିଅଛ କେଉଁ ପୁରେ

ସବୁଜ ବନାନୀ ଗିରି,କନ୍ଦର,ତଟିନୀ

ଆକୁଳେ ତୁମକୁ ଝୁରେ ।


Rate this content
Log in