STORYMIRROR

jyotsna mayee panda

Tragedy

2  

jyotsna mayee panda

Tragedy

ସଖି

ସଖି

1 min
100

ମେଘ ର ମଲ୍ଲାର ଦେଖିଲେ ସଖି ଗୋ

ମନେପଡେ ତୁମ କେଶ ll

ତlଶତଣ୍ଡୀ ଫୁଲ ଲହରୀ ଦେଖିଲେ

ମନେପଡେ ତୁମ ହସ ll

ବର୍ଷା ର ଘୁଂଗୁର ଶବଦ ଶୁଣିଲେ

ମନେପଡେ ଚପଳତା

କୋଇଲି ର କୁହୁ ତାନ କୁ ଶୁଣିଲେ

ମନେପଡେ ତୁମ କଥା ll

ଜହ୍ନ କୁ ଦେଖିଲେ ତୁମେ ମନପଡ଼

ମନରେ ବିରହ ବ୍ୟଥା ll

ଗୋଲାପ ଫୁଲ ର ନାଲି ପାଖୁଡା ରେ

ଦେଖାଇ ତୁମ ଅଧର

ରାଜହଂସି ଚାଲି ମୃଗନୟନୀ ଗୋ

ଦିଶ ତୁମେ ତ ସୁନ୍ଦର ll

ଆଇନା ରେ ନିଜ ମୁହଁ କୁ ଦେଖିଲେ

ତୁମ ମୁହଁ ମୋତେ ଦିଶେ ll

ସଖି ତୁମେ ସେଇ ଶ୍ରୀ ରାଧା ଅଟ ଗୋ

ବିରହ ରେ ମନ ଝୁରେ

ନୀତି ତୁମେ ମୋର ସପନ ରେ ଆସ

ହୋଇ ଏକ ଅପସରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy