STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସକାଳର ଜଣାଣ

ସକାଳର ଜଣାଣ

1 min
355


ନିର୍ଜନ ରାତିରେ  ସୁପ୍ତ ଜଗତରେ

    ଆକାଶର ଭସା ଭସା

ବଉଦ କୋଳରୁ  ଚନ୍ଦ୍ରମା ଜୋଛନା

    ସ୍ନିଗଧ ମଧୁର ମିଶା!


ସେତିକି ବେଳରେ   ଅନୁଭବେ ଆସେ

    ପ୍ରାଣରେ ମଧୁର ସ୍ମୃତି

ମଧୁର ମୋହିନୀ   ସ୍ମିତ ହାସ୍ୟତଵ

    .. ଜୀଵନ ମନ୍ତ୍ରର ଗୀତି!


ଏକାନ୍ତରେ କ୍ରୀଡା   ନିତ୍ୟ ମଧୁମୟୀ

     ଆନନ୍ଦ ସଘନ ଲୀଳା

ସ୍ମରଣରେ ଆଣେ   ଭକ୍ତଟିଏ ପାଇଁ

     ଆତ୍ମ ବିଭୋର ବେଳା!


ସେତେବେଳେ ପ୍ରଭୁ   ଭୁଲିଯାଅ ସବୁ

     ବିଚାର ବିତର୍କ କଥା

ଦର୍ଶନ ସିଦ୍ଧାନ୍ତ   ଧାରା ମାନେ ଯେତେ

      ହରାଇ ନିଅନ୍ତି ବ୍ୟଥା!


ତୁମ ନିତ୍ୟ ରାସ   ଦେଖିବା ପାଇଁକି

     କୃପା କର ଶିରୋମଣି

ଜଗନ୍ନାଥ ନାମ   ମୋ ଗଳାର ହାର

      ହୃଦୟ ସାଇତା ମଣି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational