ସକାଳ
ସକାଳ
ଅନ୍ଧାରର ବୁକୁ ଚିରି କଅଁଳ କିରଣ ଧରି
ଧରା ପୃଷ୍ଟେ ଆସେ ମାଡ଼ି ନ କରି ଡେରି
ଥିଲେ ଥାଉ ବର୍ଷା ଝଡି ଚଉ ଦିଗ ଆଡେ ପଡ଼ି
ଚାରି ଆଡେ଼ ଶୁଭେ କାକ ପକ୍ଷୀର ରଡ଼ି
ସେହି ରଡ଼ି ଶୁଣି ସଭିଏ
ବିଭୁ ପାଦେ ମନ ଦେଇ ଉଠ ସଭିଏଁ । ୧।
ନିର୍ଜୀବ ପାଇଲା ଜୀବ ଚଳ ଚଞ୍ଚଳ ହୋଇବ
ତୃଣ ତରୁ ଲତା ମାନ ପାଇ କିରଣ
ସତେ କି , ଅମୃତ ପରି ଜଡ ଦେହେ ପ୍ରାଣ ଭରି
କର ଦାନ କରି ଖେଦ କରି ହରଣ
ସେ ହରଣେ ଉଲ୍ଲାସ ଚିତ୍ତ
ମୂରୁଖ ପାଇଲା ସତେ ବିଦ୍ୱାନ ମିତ।୨।
ଶୁଭେ ଘଣ୍ଟ ଶଙ୍ଖ ଧ୍ୱନି ମନ୍ଦିର ଭିତରୁ ପୁଣି
କର୍ପୁର,ଚନ୍ଦନ ଧୂପ ସୁବାସ ପୁଣି
ଚମ୍ପା, ଗେଣ୍ଡୁ କନିଆର ସାଥେ ଟଗର ମନ୍ଧାର
ଶୋଭା ପାଏ କଣ୍ଠେ ସତେ କି ମନୋହର
ତା ପାଦରେ ଯିବ। ଶରଣ
କରିବ ସେ ସଭିଙ୍କର ଦୁଃଖ ହରଣ ।୩।
କୋଡ଼ି ଲଙ୍ଗଳକୁ କରେ ତପନ ଆଗରୁ ପରେ
କ୍ଷେତ କୁ ବାହାରି ଜାଏ ନ କରି ଡେରି
ତିଳେ ନ କରି ଖାତିରି ମୁଣ୍ଡେ ପଗଡ଼ି କୁ ଭିଡ଼ି
ହରସ ମନରେ ହଳ କ୍ଷେତରେ କରି
ସେ କ୍ଷେତ ରୁ ଫଳାଏ ଧାନ
ସଂସାରକୁ ଚାଷୀ ପୁଅ ଯୋଗାଏ ଅର୍ଣ୍ଣ ।୪।
ମଥାରେ ଦେଇ ଓଢ଼ଣି କାଖରେ ଧରି କି ପାଣି
ଅଗଣାରେ ଧୀରେ ଚାଲେ ନୂଆ କନିଆ
ପାଦର ପାଉଁଜି ଶବ୍ଦ ଭାଙ୍ଗେ ସକାଳର ଲବ୍ଧ
ଓଲାଏ ସେ ଝାଡୁ ଧରି ନ କରି ଡେରି
ସୁନା ନକି ବଧୂ ଆମରି
ତା ପାଇଁ ଘର ଆମର ସରଗ ପରି ।