Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Fantasy Others

3  

Gunanidhi Samal

Fantasy Others

ସକାଳ

ସକାଳ

1 min
11.5K


ପାହିଗଲା ନିଶି ଧୀରେ ଉଇଁଲେ ସୁରୁଯ

ପୂରୁବ ଦିଗରେ ବୁଣି ସୁନେଲି ମୁରୁଜ,

କା'କା' ରଡିଛାଡି କାଉସବୁ ଗଲେ ଉଡି

ହେ! ବାଳକେ ଉଠ,

ଉଛୁର ହେଲାଣି ବେଳ ଯିବାହେ ସହଳ

ପଢିବାକୁ ପାଠ ।


ଫୁଟିଲେଣି ବଗିଚାରେ ଫୁଲ ନାନାଜାତି

ଡେଣାଝାଡ଼ି ଛୁଇଁ ଛୁଇଁ ଯାଏ ପ୍ରଜାପତି ,

ଗୁଣୁ ଗୁଣୁ ଗୀତଗାଇ , ଖିଲି ଖିଲି ହସି

ମନ୍ଦିରର ମାଳି,

ଠାକୁର ପୂଜିବା ପାଇଁ ଆସେ ଧାଇଁଧାଇଁ

ଫୁଲ ନେବ ତୋଳି ।


ଧୀରେଧୀରେ ଛୁଇଁଯାଏ ଶୀତୁଆ ପବନ

ଦେହ ମନେ ଖେଳିଯାଏ ନବ ଶିହରଣ ,

ଜାଗି ଉଠିଲେଣି ସବୁ ପୁରପଲ୍ଲୀ ବାସୀ

ଆନନ୍ଦ ମନରେ,

କାହିଁ କେତେଦୂର ବାଟ ଲାଗେପୁଣି କଷ୍ଟ

ଫେରିବାକୁ ଘରେ ।


Rate this content
Log in

Similar oriya poem from Fantasy