STORYMIRROR

Kalandi pal

Inspirational

3  

Kalandi pal

Inspirational

ସକାଳ ଅବକାଶ

ସକାଳ ଅବକାଶ

1 min
244


ବିଭାବରୀ ଶେଷେ ଉଷା ପରକାଶେ

    ଉଠ ହେ ଜଗତସାଇଁ.

ମଙ୍ଗଳ ଆଳତି  ବେଳଯାଏ ବିତି

    ସେବାୟତ ଛନ୍ତି ଚାହିଁ. !!


ନବ ପ୍ରଭାତରେ ନବ ଉତ୍ତରୀୟ

    ନବ ପିତାମ୍ବରୀ ବାସ.

ସଜେଇ ତୋ ଅଙ୍ଗେ ସେବା ସେବାୟତ

    ନୀତି ହେବ ଅବକାଶ.!!


ନବ ବସ୍ତ୍ରେ ପ୍ରଭୁ ନବ ଉନ୍ମାଦନା

    ଭରି ଦିଅ ଭକ୍ତ ମନେ.

ସୁବାସିତ ଜଳେ ଅଙ୍ଗେ ବିଲେପନେ

    ଶୁଦ୍ଧ ହେବେ ମନ୍ତ୍ର ସ୍ନାନେ.!!


ଗୋପାଳ ବଲ୍ଲଭେ ଖଇ କୋରା ଖୁଆ

    ବଲ୍ଲଭ ବିଡ଼ିଆ ପାନ.

ଉଠ ପ୍ରଭୁ ଏବେ ପହଡ଼ ଭାଙ୍ଗି ହୋ

    ମନୁ ତେଜ ଅଭିମାନ.!!


କ୍ଷୀରି ଖେଚୁଡ଼ି ତ ବାସି ହୋଇଯିବ

    ସମୟ ଯାଉଛି ଗଡି.

ସକାଳ ଆଳତି  ମନରେ ଭକତି

    ଚକ୍ଷୁ ନୁହଇ ପିଛାଡି.!!


ତୋହର ସେବାରେ ତ୍ରୁଟି ହୋଇଥିଲେ

    କ୍ଷମା କରହେ ଗୋସେଇଁ.

କ୍ଷମାର ସାଗର ହୃଦୟ ବିଶାଳ

    ଅଭିମାନ କାହିଁ ପାଇଁ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational