STORYMIRROR

Narendra Sahu

Romance

3  

Narendra Sahu

Romance

ସଜନୀ

ସଜନୀ

1 min
13.8K


ତୁ ଫେରିବୁନି ଜାଣି ସୁଦ୍ଧା ଏ ମନ ମାନୁନି

ତୋତେ ଚାହିଁ ଚାହିଁ କଟେ ରଜନୀ

ତୋର ସେହି ରାଗ ରୁଷା ମନ ଛୁଆଁ ମିଳାମିଶା

ଏ ମନରୁ ଜମା ଭୂଲି ହେଉନି

ସଜନୀ ଏ ମନ ଜମା କାହିଁ ବୁଝୁନି।୦।

ତୁ ଚାଲିଯିବା ଦେଖି ସୁଦ୍ଧା ଏ ଆଖି ରହୁନି

ତୋ ଫେରିବା ବାଟ ଭୂଲି ପାରୁନି

ତୋର ସେହି ଅଙ୍କା ବଙ୍କା ଚାଲି ସାଥେ କରୁ ଦେଖା

ଏ ଆଖି ଆଗରୁ ଜମା ହଟୁନି,

ସଜନୀ ଏ ମନ ଜମା କାହିଁ ବୁଝୁନି।୧।

ତୁ ଆଉ କାହା ବଧୂ ଜାଣି ସୁଦ୍ଧା ଏ ମନ ବୁଝୁନି

ତୋ ବଧୂ ବେଶକୁ ମୁଁ ଦେଖି ପାରୁନି

ତୋ ବୋହୂ ବୋହୂକା ଖେଳ ସାଜିଲା ମୋ ପାଇଁ କାଳ

ଏ ହୃଦୟରୁ ତୋତେ କାଢି ପାରୁନି,

ସଜନୀ ଏ ମନ ଜମା କାହିଁ ବୁଝୁନି।୨।

ତୋର ସେହି ରାଗ ରୁଷା ମନ ଛୁଆଁ ମିଳାମିଶା

ଏ ମନରୁ ଜମା ଭୂଲି ହେଉନି

ସଜନୀ ଏ ମନ ଜମା କାହିଁ ବୁଝୁନି।୩।

ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance