STORYMIRROR

Sunanda Mohanty

Abstract Tragedy

3  

Sunanda Mohanty

Abstract Tragedy

ସୀତାଙ୍କ ଅଗ୍ନି ପରୀକ୍ଷା

ସୀତାଙ୍କ ଅଗ୍ନି ପରୀକ୍ଷା

1 min
190


ମାଆ ବୈଦେହୀ ବିଦେହ ରାଜଜେମା 

ଆଜ୍ୟଧ୍ୟାର ରାଜାରାଣୀ ମନୋରମା 

ପ୍ରଥମ ରେ ତିନିଗାର ପରୀକ୍ଷା ଡେଇଁ 

ଜୀବନ ସାରା ଅଗ୍ନି ପରୀକ୍ଷା ଦେଇ ଦେଇ 

ସତ୍ୟ ନିଷ୍ଠା ପରାକାଷ୍ଠା ପାଇଁ ସହି ସହି

ଶେଷେ ପାତାଳଗାମୀ ହେଲେ ମହାମାୟୀ 

ସୁଖ ତେଜି ଦୁଃଖ ସହି କଷଣ ପାଇ ପାଇ 

କଷଣ ବହୁତ ସିନା ସହିଲ ଲଭିଲ 

ଚାରିଯୁଗେ ସ୍ୱର୍ଣ୍ଣାଭ ଆଭା ବିଛୁରିଲ 

ଲଙ୍କାରୁ ଆସିଲ ଅଗ୍ନି ପରୀକ୍ଷା ଦେଇ 

ତଥାପି ଜୀବନେ ପରୀକ୍ଷାର ନାହିଁପଟାନ୍ତର

 ନାମେ ଧୋବା ଧୋବଣୀ କହେ ଅବାନ୍ତର 

ପରୀକ୍ଷା ପରେ ପରୀକ୍ଷା ଦେଇ ଦେଇ 

ଶେଷରେ ପାତାଳଗାମୀ ହେଲ ମହାମାୟୀ 

ପିତୃ ସତ୍ୟ ପ୍ରଜା ସତ୍ୟ ପାଇଁ ପ୍ରଭୁ 

ରାଜା ରାମଚନ୍ଦ୍ର ନ୍ୟାୟବନ୍ତ 

ଅର୍ଦ୍ଧାଙ୍ଗିନୀ ସତୀ ସୀତା ତେଜିଲେ ଦାମ୍ପତ୍ୟ 

କେତେ ଆଉ ସହିଥାନ୍ତେ ମାତା ଜାନକୀ 

ଆଶ୍ରମରୁ ଫେରିବା ପରେବି ଲାଗେଏକାକୀ

ଧରଣୀ ମାଆ ବି ବୁଝିଗଲେ ଦୁଃଖ ତୁମର 

ଅଗ୍ନିଙ୍କ ପରି ବୁଝିଥିଲେ ତୁମ ଗାଥା ଅମର 

ଯୁଗେ ଯୁଗେ ଇତିହାସ ହୋଇଗଲ ମାତ 

ତୁମ୍ଭ ପଦେ ପ୍ରଣାମେ ଶତତ ସ୍ୱତଃ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract