Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ସୀମାସୀମାର ଚଉହଦିରେ ଆତଂକର ତରଂଗ

ସୀମାସୀମାର ଚଉହଦିରେ ଆତଂକର ତରଂଗ

1 min
139



ସୀମାର ଚଉହଦିରେ ଆତଂକର ତରଂଗ

ସୀମାସୁରକ୍ଷା ବାହିନୀ ସତତ ସଜାଗ

ଏହା ସତ୍ତ୍ବେ- ଆତଂକ ବାଦୀକ ଅନୁପ୍ରବେଶ

ମୁମ୍ବାଇ ୨୬| ୧୧ ଓ ଅଫଜଲ୍ କସବ୍

ତାପରେ ପୁଲୱାମା ଓ ବାଲାକୋଟ

ତଥାପି ଦେବା ଭଳି ଶତ୍ରୁର ଅସ୍କର୍ଷା

ଚୀନର ଜବରଦସ୍ତ ଅନୁପ୍ରବେଶ ଓ ଉତ୍ତେଜନାରେ ସୀମାଂତ

ହୃତବୀର୍ଯ୍ୟ ଲୋକ ସେ ସୀମା ଟପେନି

କିଂତୁ ସାମାଜିକ ଜୀବନରେ

ଲୋକେ ମନଇଚ୍ଛା ସୀମା ଲଘଂତି

ପରକ୍ରୀୟା ପ୍ରୀତ ପାଇଁ- ଅନୀତି ଦୁର୍ନୀତି ପାଇଁ

ସୀମା ସେ ପାର ସ୍ତ୍ରୀ ବା କ’ଣ କରେ

କିଛି ପାଇବା ଆଶାରେ ସମର୍ପି ଦିଏ ନିଜକୁ

ଅର୍ଥ ପାଇଁ, ରତି ପାଇଁ କିଂବା ଆଉ କିଛି ପାଇଁ

ନୀତି ଅନୀତିର ସୂଚ୍ୟଗ୍ର ସୀମାରେ ଚକ୍ରବ୍ୟୁହରେ ମଣିଷ

ସାମାଜିକ ସଂସ୍କୃତି ଓ ପରିବର୍ତନୀୟ ଜୀବନ ଯାତ୍ରାରେ

ମୁଁ ଦେଖୁଥାଏ ସୀମାର ସେ ଲକ୍ଷ୍ମଣ ରେଖା

ସ୍ଵପ୍ନ, ଦୁଃସ୍ଵପ୍ନ ଓ ଦିବାସ୍ୱପ୍ନର ରିକୋଣମିତିରେ

ଫଗୁ ଲଂଘିଯାଏ ଗିରି-ଭୋକର ଭୂଗୋଳର

ବାକି ଇତିହାସର ଚରିତ୍ର ଗଣ ଯେମିତି କି

ସୀମା ସେ’ ପାର ସ୍ତ୍ରୀ କଣ ବା କରିପାରେ

ପ୍ରଲୋଭନ ବା ଆବଶ୍ୟକତା- କେଉଁଟାକୁ ଜଗିବ ସେ ?



Rate this content
Log in

Similar oriya poem from Classics