STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ସିଏ ମୋ ଡ଼ାଇରେକ୍ଟର

ସିଏ ମୋ ଡ଼ାଇରେକ୍ଟର

1 min
143

ଏକ ନାଟକ,ଜୀବନ ମୋର,

ଏହି ନାଟକର,ସିଏ ରାଇଟର,

ମୁଁ ତାର ଏକ୍ଟର,

ସିଏ ମୋ ଡ଼ାଇରେକ୍ଟର,

ସିଏ ମୋ ପ୍ରଡ୍ୟୁସର ,

ସିଏ ମୋର ଡିଷ୍ଟିବ୍ୟୁଟର ।

ଧରିଥାଏ ସେ ମୋ,

ଜୀବନ ଡୋର,

କହେନି କିଛି,

କରେନି ଶୋର,

ନାଚ ନଚାଏ,ମତେ ଯେମିତି,

ମୁଁ ବି କରେ,ନାଚ ସେମିତି।

ଭିନ୍ନ ଭିନ୍ନ ଚରିତ୍ରେ,

ମତେ ସଜାଏ,

ଜୀବନ ନାଟକେ,

ମତେ ନଚାଏ,

କେବେ ଦୁହିତା,କେବେ ଜନନୀ,

କେବେ ଜାୟା, କେବେ ଭଗିନୀ,

କେବେ ସଙ୍ଗୀତା, କେବେ ରାଗିନୀ,

କେବେ ସଖି,କେବେ ସଙ୍ଗିନୀ,

କେବେ ନିଜେ ହୋଇ ନାୟକ,

କରେ ମତେ ତା'ନାୟିକା,

କେବେ ହୋଇଯାଏ ପ୍ରେମିକ,

କରେ ମତେ ତା ପ୍ରେମିକା, ପ୍ରେମିକା।

ଦିଏ କେବେ ପ୍ରେମ,ଗାଗର ଭରି,

ଦିଏ କେବେ ପୁଣି, ନୟନେ ବାରି,

ରଖେ କେବେ ମତେ ବାହୁ ବନ୍ଧନେ,

କେବେ ଉଡାଏ ପୁଣି, ନୀଳ ଗଗନେ,

ସେ ଦିଏ ମତେ ଡ଼ାଇରେକସନ,

ମୁଁ ତାର ଅଟେ କମ୍ପୋଜିସନ,

ତା'କଥା ମାନି,କରେ ମୁଁ ଏକସନ,

ନିଭାଏ ରିଲେସନ,ଭରି ଇମୋସନ,ଭରି ଇମୋସନ।

ଲଜବାଵ ତାର କ୍ରିଏସନ,

ମୋଡିଫଏ କରି,ମୋର ଏକସନ,

ଦିଏ ମତେ ସେ ଯେ ପ୍ରମୋସନ,

ଦେଇ ରିୱାଡ଼,କରେ ଷ୍ଟାର,

ଜଗତେ କରେ ବେଷ୍ଟ ଏକ୍ଟର,ବେଷ୍ଟ ଏକ୍ଟର ।

ଯେବେ ନାଟକେ,ପଡିବ ଯବନିକା,

ରଙ୍ଗ ହେବ ମୋର, ଫିକା ଫିକା,

ତା'ସାଥେ ଚାଳି ଯିବି, ମୁଁ ଏକା ଏକା,

ରହିଯିବି ଜନମାନସେ,ମୁଁ ତା' ନାୟିକା,

ଜନମେ ଜନମେ ସେ,ମୋ ନାୟକ,ମୋ ନାୟକ,

ସିଏ ମୋ ରାଇଟର,ମୁଁ ତାର ଏକ୍ଟର,

ସିଏ ମୋ ଡ଼ାଇରେକ୍ଟର, ସିଏ ମୋ ଡ଼ାଇରେକ୍ଟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy