STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ସିଏ ଆସିବେ ବୋଲି

ସିଏ ଆସିବେ ବୋଲି

1 min
320


ଏମିତି କେତେ କିଏ ଆସିବେ ବୋଲି

ଚାହିଁ ଚାହିଁ ଆଖି ପାଣି ଆଖିରେ ଶୁଖେ ଖାଲି

ଋତୁ ସବୁ ବେହୋସ ଆସନ୍ତି ଫେରିଲେ ହୋସ

ଦେଖୁନ ବର୍ଷା ଖେଳୁଛି ଖେଳ ଧରି ତାର ଫୋର୍ସ

ପକ୍ଷୀ ଗୁଡା ଏବେ କରନ୍ତି ମନମାନୀ

କାଉ ସକାଳୁ କା କା ଆଜିକାଲି ରାବୁନି

ପଶୁଙ୍କ କଥା ନକହିଲେ ଭଲ

ଖାଇବା ପିଇବା ଆଶ୍ରୟ ଦେଲେ ଦାତାର କରନ୍ତି ଭେଲ

ଆଉ ରହିଲା ଦେବୀ ମାନଙ୍କ କଥା

କାଶତଣ୍ଡୀ ଏବେ ଖାଲି ଗପୁଛି ଅନେକ କଥା

ଦଶହରାରେ ଦୁର୍ଗା ଦୀପାବଳୀରେ କାଳୀ ମାତା

ସାବିତ୍ରିରେ ସତୀ ଆସୁନାହାଁନ୍ତି ଖାଇବାକୁ ଭୋଗ ପଂକ୍ତି

ସବୁ ଅସୁବିଧା କଣ ମଣିଷ କରେ

ଦେବୀ ମାଆ ମାନଙ୍କ ନାହିଁ ହାତ ଜମା ଏଥିରେ?

ସୀତା ଅଶୋକ ବନରେ ଦୁର୍ଗା ଖୋଜନ୍ତି ମହିଷାଅସୁରେ

କାଳୀ ଶିବଙ୍କ ଛାତିରେ ଚଢ଼ି ହାତେ ଜିଭ କାମୁଡି 

ସରସ୍ବତୀଙ୍କ ବୀଣା ଵାଦନେ ଫୁଲ କଢି

ଲଷ୍ମୀ ମାଆ ମାଣ, ପୋଥି ପତ୍ର ପେଡି

ଖୋଲି ସଧବା ଖଟୁଲି ଗଉଣି ପୁଟୁଳି ପେଡି

ଉଭୟ ହାତେ ବାଜି ତାଳି ବାସି ଭୋଗ ଥାଳି

ନାନା ମାରନ୍ତି ତାଳି କହି ଉଠା ଥାଳି

ବୋଉ କରୁଛି ଛୁଞ୍ଚିପତର ଚିତଉ ଚକୁଳି

ମାଆ ପଧାରିଲେ ଦେବ ଭୋଗ ସରପୁଳି ଘୃତ କେଳି

ଦେବୀମାନେ ମିଳି ହୋଇ କୋଳାକୋଳି

ଆଉ ଶୁଣୁ ନାହାଁନ୍ତି ଭକ୍ତ ଅଳି ବତୀ ଯାଏ ଜଳି

କ୍ଷମା କର ମାତ ଭୁଲ ଥିଲେ ଦଶ ଦୋଷ

ଦିଅ କ୍ଷମା କରି ମାଆ ଦଶଭୁଜା ବିରଜା କାଳୀ ।।


Rate this content
Log in

Similar oriya poem from Abstract