ସିଧାକଥା -7
ସିଧାକଥା -7
ଏମିତି କଥା କହିବା ଆମେ ଶ୍ରୋତା ରହିବେ ଚାହିଁ,
ଆହୁରି କୁହ ଆହୁରି କୁହ ସେ ଶ୍ରୋତା ଦେବ କହି |
ଶୁଣିବା ଆମେ କହିବା ଲୋକ ଆହୁରି କହୁଥିବ,
ଶୁଣିବା କଳା ଜାଣି ନ ଥିଲେ କହିବା ବୃଥା ହେବ |
ଚାଲିବା ବାଟ ନ ଦେଇ କଷ୍ଟ ଯାଉଥିଲେ କେ ଆଉ,
ଅନୁମନସ୍କ ହୋଇବା ନାହିଁ ଆଗେ ଗଲେ କେ ଯାଉ |
ଖାଇବା ସିନା ନିଜ ରୁଚିରେ ହାଲୁକା ରଖି ପେଟ,
ଶୋଇବା ଶୀଘ୍ର ଉଠିବା ଶୀଘ୍ର କରିବା ନାହିଁ ମଠ |
ପିଇବା ପାଣି ଥରକୁ ଥର ରଖିବା ତାକୁ ଢାଙ୍କି,
ବସିବା ଦେଖି ଉଚ୍ଚ ଆସନ ନିଜ ମହତ ରଖି |
ପଢିବା ପାଠ ଏମିତି ଯାହା କାମରେ ଲାଗୁଥିବ,
ଅର୍ଜିବା ଧନ ଯେମିତି ତାହା ବିପଦେ କାମ ଦେବ |
ସହିବା ସିନା ଦୁଃଖ ଯାତନା ରୋଗ ବିପଦ ବେଳେ,
ହସିବା ପୁଣି ଖୋଲା ମନରେ ସାଙ୍ଗ-ସାଥିଙ୍କ ମେଳେ |
