ସିଧାକଥା-49 କେଉଁ ବୟସରେ କ'ଣ ?
ସିଧାକଥା-49 କେଉଁ ବୟସରେ କ'ଣ ?
ବେଳ ଥାଉଁଥାଉଁ କାମ ସାରିଦେଲେ ଅନୁତାପ ଆସେନାହିଁ,
ଶିଶୁ ବୟସରେ ଖେଳ ଦରକାର ବୁଦ୍ଧି-ଶକ୍ତି ବୃଦ୍ଧିପାଇଁ |
ବଡ଼ ହେଲେ ଶିଶୁ ପାଠ-ପଢ଼ା ସଂଗେ ଶାଠ କିଛି ଦରକାର
କିଶୋର ବୟସେ ପ୍ରତିଯୋଗିତାରେ ପିଲାଙ୍କୁ ନଥିବ ଡର |
ଯୁବା ବୟସରେ ଅର୍ଥ ରୋଜଗାର କର୍ତ୍ତବ୍ୟର ଥିବ ମନ,
ପ୍ରୌଢ଼ ବୟସରେ ଦାୟିତ୍ୱ ବହନ ମନକୁ କରିବ ଟାଣ |
ବୃଦ୍ଧ ବୟସରେ ଅନୁଭବ କିଛି କରୁଥିଲେ ବିତରଣ,
ଭବିଷ୍ୟତ ପିଢ଼ି ହେବେ ଉପକୃତ ବଦଳିବ ଆଚରଣ |
ଦେଶପ୍ରେମ ଭାବ ଈଶ୍ୱର ବିଶ୍ୱାସ ସବୁ ବୟସରେ ଥିବ,
ଧନ ଯଶ ପାଇଁ ବିକଳ ହୋଇଲେ ସେ ସବୁ ଦୂରେଇ ଯିବ |
ଶେଷ ଜୀବନରେ ହରିନାମ ପୁଣି ପୁଣ୍ୟରେ ରଖିଲେ ମନ,
ମଣିଷ ଜୀବନ ହୋଇବ ସାର୍ଥକ କି' କରି ପାରିବ ଯମ ?
