Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-125 କବିତା: ନିମନ୍ତ୍ରଣପତ୍ର

ସିଧାକଥା-125 କବିତା: ନିମନ୍ତ୍ରଣପତ୍ର

1 min
202



ସବୁଠୁ ସୁନ୍ଦର ମଣିଷଟି ସେହି ହୃଦୟ ନିର୍ମଳ ଯା'ର,

ଅନ୍ୟର ହୃଦୟ ଭିତର ସୁନ୍ଦର ଦେଖିପାରେ ଯେଉଁ ନର |

 

ସଂଘର୍ଷ ହେଉଛି ନିମନ୍ତ୍ରଣପତ୍ର ପ୍ରକୃତି ପଠାଇ ଥାଏ ,

ସାଦରେ ଗ୍ରହଣ କରେ ଯେଉଁଲୋକ ଉଠେ ସିଏ |

 

ପାଣିର ତ କିଛି ରଙ୍ଗ ନାହିଁ ପୁଣି ପବନର ରଙ୍ଗ ନାହିଁ,

ଏହି ଉପାଦାନ ଜୀବନ ବଞ୍ଚାନ୍ତି ଶୂନ୍ୟର ବି ରଙ୍ଗ ନାହିଁ |

 

ମନ-ବିବେକର ରଙ୍ଗ ନାହିଁ ପୁଣି ଜୀବନର ରଙ୍ଗ ନାହିଁ,

ଆତ୍ମାକୁ ଚଲାନ୍ତି ବର୍ଷ ବର୍ଷ ଧରି ଈଶ୍ୱରଙ୍କ ରଙ୍ଗ ନାହିଁ |

 

ଆଶୀର୍ବାଦ ଆଉ ଅଭିଶାପ ଦିଅ ତାଙ୍କର ବି ରଙ୍ଗ ନାହିଁ,

ରଙ୍ଗର ପସରା ଏମାନେ ରଙ୍ଗକୁ ଭରନ୍ତି ଜୀବନେ ନେଇ |



Rate this content
Log in

Similar oriya poem from Inspirational