Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-110 : କବିତା : ଦୁଃଖ ସଙ୍ଗେ ସୁଖ, ଦୁଷ୍ଟ ସଙ୍ଗେ ଶିଷ୍ଟ ଯୁଗଯୁଗର ମିଳନ

ସିଧାକଥା-110 : କବିତା : ଦୁଃଖ ସଙ୍ଗେ ସୁଖ, ଦୁଷ୍ଟ ସଙ୍ଗେ ଶିଷ୍ଟ ଯୁଗଯୁଗର ମିଳନ

1 min
257



ଭଲ ସଙ୍ଗେ ମନ୍ଦ ମିଶାଇ ରଖିବା ହେଉଛି-ପ୍ରକୃତି ନୀତି,

ନିଆଁ ତ ରହିବ ପାଣି ବି ରହିବ, ବିଚିତ୍ର ଈଶ୍ୱର ସୃଷ୍ଟି |

 

କୋଇଲା ରହିବ ହୀରା ବି ରହିବ କଣ୍ଟକ ସହିତ ଫୁଲ ,

ବରଫ-ତେଜାପ ମିଶି ପୃଥିବୀରେ ହୋଇବେ ମଜାରେ ଗେଲ |

 

ଚନ୍ଦନ ବଣରେ ବାଇଡ଼ଙ୍କ ଗଛ ବିଛୁଆତି ରହିଥିବେ,

ଖାଦକ ପାଖରେ ଖାଦ୍ୟ ନ ଥିଲେ ବି ଖାଦ୍ୟ ତା' ପାଖକୁ ଯିବେ |

 

ଦେଵାତ୍ମା ପୁଣ୍ୟାତ୍ମା ମହାତ୍ମା ସହିତ ପ୍ରେତାତ୍ମା ରହିବେ ମିଶି,

ତଳେ ଦୁବ ଥାଇ ବାଉଁଶକୁ ଚାହିଁ ଦେଉଥିବ ଟିକେ ହସି |

 

ମହୁମାଛି-ପ୍ରଜାପତି ତ ରହିବେ କୀଟ-ଭଅଁର ବି ଥିବେ,

ସୁନ୍ଦର ସୃଷ୍ଟିରେ ଅସମାନ ଥିଲେ ସମତୁଲ କରିଦେବେ |

 

ଖାଲି ଭଲ-ଶାନ୍ତ ସୁଖ କି ସୁନ୍ଦର ରହେନାହିଁ ବେଶିଦିନ,

ଦୁଃଖ ସଙ୍ଗେ ସୁଖ ଦୁଷ୍ଟ ସଙ୍ଗେ ଶିଷ୍ଟ ଯୁଗଯୁଗର ମିଳନ |


 


Rate this content
Log in

Similar oriya poem from Inspirational