Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା -108 : ପାଦଧୁଆ : -ଡକ୍ଟର କୃତ୍ତିବାସ ନାୟକ

ସିଧାକଥା -108 : ପାଦଧୁଆ : -ଡକ୍ଟର କୃତ୍ତିବାସ ନାୟକ

1 min
176



ଆମ ସଂସ୍କୃତିରେ ପାଦ ଧୋଇଦେବା ହେଉଛି ବିଶେଷ ଅଙ୍ଗ,

ଶତ୍ରୁର ପାଦକୁ ଧୋଇଦେଲେ ମଧ୍ୟ ହୋଇଯିବ ସିଏ ସାଙ୍ଗ |


ମୁନି-ଋଷି-ସାଧୁ ଅତିଥିଙ୍କ ପାଦ ଧୋଊଥିଲେ ନୃପବର,

କୃଷ୍ଣ ଧୋଇଥିଲେ ସୁଦାମା ପାଦକୁ ଦୁଃଖ ହୋଇଗଲା ଦୂର |


ଆମର ଅତିଥି ଦେବତା ସମାନ ତାଙ୍କୁଦେଇ ପିଢା-ପାଣି,

ପାଦ ଧୋଇଦେଇ ଶଙ୍ଖୋଳି ନିଅନ୍ତି ଘରଣୀ ଓଢଣା ଟାଣି |


ବର ଆସିଗଲେ ଭାବୀ ଶ୍ଵଶୁର ଯେ ଆଗ ଧୋଇଦେବେ ପାଦ,

ବରଯାତ୍ରୀ ପାଇଁ ପିଢା-ପାଣି ଦେଇ ଶଙ୍ଖୋଳିବେ ତାଙ୍କୁ ଆଗ |


ପାଦ ଧୋଇଦେଲେ ତନୁ-ମନ ସିନା ସୁସ୍ଥ-ଶାନ୍ତ ହୋଇଯାଏ,

ନମ୍ର-ଭଦ୍ର ଆଉ ମହତ ପଣିଆ ସେଥିରୁ ଉତ୍ପନ ହୁଏ |


କାମ ଘେନି ଫଳ ସଂସ୍କୃତି ଦୁର୍ବଳ ପାଦଧୁଆ ଆଉ ନାହିଁ,

ଶୁଭ ମୁହୂର୍ତ୍ତରେ ଗାଳି-ମାଡ଼ଗୋଳ, କ୍ରୋଧ ବଢେ ସେଥିପାଇଁ |


ଆମର ପୂର୍ବଜ ଖଞ୍ଜିଦେଇଥିଲେ ଭାବିଛିନ୍ତି ରୀତିନୀତି,

ସଂସ୍କୃତି ଆମର ବିଜ୍ଞାନ ସମ୍ମତ ନ ମାନି କରୁଛୁ କ୍ଷତି |



Rate this content
Log in

Similar oriya poem from Inspirational