Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Romance

2  

Santosh Kumar Nayak

Romance

ନୀରବ ପ୍ରେମ

ନୀରବ ପ୍ରେମ

1 min
52



ଶରଧାରେ ଲେଖିଥିଲି

ପ୍ରେମ ଚିଠି ତୋତେ,

ପଢି ସାରି ଚିରିଦେଲୁ

ଗୋରୀ ନିଜ ହାତେ ।


ହଅଁ ନାହିଁ କହିଲୁନି

ରହିଲୁ ନୀରବ,

କେମିତି ଜାଣିବି ପ୍ରିୟା

ତୋ ମନର ଭାବ ?


ଦେଖିଲେ ମୁରୁକି ହସି

ଯାଉଅଛୁ ଚାଲି,

କିଛି ବାଟ ଗଲା ପରେ

ଚାହୁଁଛୁ ତୁ ବୁଲି।


ତୋ ହାତରେ ମେହେନ୍ଦୀରେ

ଲେଖିଛୁ ମୋ ନାମ,

ବୁଝିପାରୁନାହିଁ ଗୋରୀ

କେମିତି ତୋ ପ୍ରେମ ?


କାହାକୁ ଡରୁଛୁ ଯଦି

କହ ଖୋଲି ମୁହଁ,

ତୋ ପାଇଁ ମୁଁ ଲଢ଼ିଯିବି

ଏ ଦୁନିଆ ସହ ।


ବଦନାମ ଭୟ ଯଦି

ଅଛି ତୋର ମନେ,

ବାହା ବେଦୀ ସଜ କରି

ନେଇଯିବି ଦିନେ ।


ଆଉ ଯଦି ପାଉ ନାହୁଁ

ମୋତେ ଭଲ ତୁହି,

କହିଦେ ଲୋ ମୁହଁ ଖୋଲି

ଯିବି ଦୂର ହେଇ ।


ପଡିବିନି ତୋ ପଛରେ

ଭୁଲିଯିବି ତୋତେ,

ଭାବିନେବି ଏହା ବୋଧେ

ଲେଖା ମୋର ହାତେ ।





Rate this content
Log in

Similar oriya poem from Romance