STORYMIRROR

KRUTIBAS NAYAK

Tragedy Others

2  

KRUTIBAS NAYAK

Tragedy Others

ସିଧା କଥା-58 ମୃତ୍ୟୁ

ସିଧା କଥା-58 ମୃତ୍ୟୁ

1 min
112


ମୃତ୍ୟୁ ଆସି ଦିନେ କହିଲା-ଜୀବନ ! ତୁହି ବଡ଼ ଭାଗ୍ୟବାନ,

ମୋତେ କେହି କେବେ ଖୋଜନ୍ତିନି କିନ୍ତୁ ହୁଏ ତୋର ଜୟଗାନ |

 

ଜୀବନ କହିଲା-ଦୁଃଖ କରନାହିଁ ମୃତ୍ୟୁଭାଇ ଟିକେ ଶୁଣ,

ତୁମେ ଧ୍ରୁବସତ୍ୟ ମୁହିଁ ମିଥ୍ୟା-ସୁଖ ଦୁହିଁଙ୍କ ଓଲଟା ଗୁଣ | 

 

ଆଜିର ମଣିଷ ସତ୍ୟପ୍ରିୟ ନୁହେଁ ମିଥ୍ୟା ସୁଖ ସଦା ଚାହେଁ,

ତାଙ୍କ ମନ ଜାଣି ଅଳିକ ସୁଖକୁ ନୀତି ମୁହିଁ ଦେଉଥାଏ |

 

 ତୁମେ ମୃତ୍ୟୁଭାଇ, ଯେହେତୁ ଅଭିଜ୍ଞ ସ୍ଥିରଚିତ୍ତ ଚିରନ୍ତନ,

ଏବେ ଅଛି ସୁଖେ କାଲିକୁ ନ ଥିବି ବଡ଼ ଚଞ୍ଚଳ ମୋ ମନ |

 

ତୁମକୁ ଜିତିଲେ ମୃତ୍ୟୁଞ୍ଜୟୀ ଜୀବ ପାଇଥାଏ ସିନା ମୁକ୍ତି,

ମୋତେ ଯେ ଜିତିବ ଆହୁରି ଖୋଜିବ ନାହିଁ ତା'ର ସୁଖ-ଶାନ୍ତି |


Rate this content
Log in

Similar oriya poem from Tragedy