ସିଧା କଥା-56 ସମ୍ମାନ-ଜୀବନ
ସିଧା କଥା-56 ସମ୍ମାନ-ଜୀବନ
ବୟସ ବଢିଲେ ଉଚ୍ଚା-ଡେଙ୍ଗାହେଲେ ସମ୍ମାନ ମିଳେନା ତାକୁ,
ଭଲକାମ କଲେ ଯୋଗ୍ୟହେବା ଆମେ ସେ ସମ୍ମାନ ପାଇବାକୁ |
ନିଜ ହୃଦୟକୁ ନିଜର ମନକୁ ଦେଇପାରେନା ଯେ ଶାନ୍ତି,
ସେଭଳି ଲୋକକୁ ମିଳେନାହିଁ ଶାନ୍ତି ଖୋଜିହେଲେ ଦିନ-ରାତି |
ନିଜକୁ ନିଜେ ହିଁ ଭଲ ପାଉଥିବା କାରଣ ଆମେ ଅନନ୍ୟ,
କିଏ ସେ ଆମକୁ କଅଣ କହୁଛି ସେକଥା ଅତି ନଗଣ୍ୟ |
ଅତି ବୃଦ୍ଧଲୋକ ଆଉ ଶିଶୁ ସଙ୍ଗେ କାଟୁଥିବା କିଛିବେଳ,
ସେଭଳି କଥାକୁ ଗୁରୁତ୍ୱ ଦେବାନି ଯେଉଁଥିରେ ନାହିଁମୂଲ୍ୟ |
ଦିନଟି ଭିତରେ କେତୋଟି ମୁହୂର୍ତ୍ତ ରହିଲେ ନିରବେ ବସି,
ଅନେକ ନୂତନ ଭାବନା-କଳ୍ପନା ମସ୍ତିଷ୍କରେ ଯିବ ପଶି |
