STORYMIRROR

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ସିଧା କଥା-54 ଗୃହବନ୍ଦୀ-ତାଲା ବନ୍ଦ

ସିଧା କଥା-54 ଗୃହବନ୍ଦୀ-ତାଲା ବନ୍ଦ

1 min
110


ବାହାରକୁ ଯଦି ମନ ଚାଲିଯାଏ ଗହଳିକୁ ଖୋଜିହୁଏ,

ଘରକୁ ନିଜର ଭାବୁଥିଲେ ସିନା ଘର ତାକୁ ଭଲପାଏ | 

 

ନିଜ ଲୋକ ପୁଣି ଭଲ ଲାଗେନାହିଁ ପାଗଳ ହୋଇଲେ ମନ,

ପରଲୋକ ସଂଗେ ଗପ କରିବାକୁ ମନହୁଏ ଛନଛନ |

 

ଏକାନ୍ତରେ ଥିଲେ ବେଶି କାମହୁଏ ପ୍ରିୟ ହୋଇଥିଲେ ଘର,

ଏକୁଟିଆ ପଣ ଆସିଥାଏ ସିନା କିଛି କାମନାହିଁ ଯା'ର | 

 

କାମ ପଡ଼ିଥାଏ ବର୍ଷବର୍ଷ ଧରି ତାକୁ ଏବେ କରିନେବା,

ଏକାନ୍ତ ସୁଯୋଗ ମିଳେନା ସଭିଙ୍କୁ ବାକିକାମ ସାରିଦେବା |

 

ନିରୋଳାରେ ବସି ଭଲବହି କିଛି ପଢିବାରେ ଲାଗିଯାଅ,

ପ୍ରାର୍ଥନା ଯୋଗ କି ପ୍ରାଣାୟମ କରି ଖୁସିମନେ ଘରେ ରୁହ |

 

ଗୃହବନ୍ଦୀକୁ ଯେ ସୁଯୋଗ, ଭାବିବ ସେହି ଏକା ଭାଗ୍ୟବାନ,

ଦୁର୍ଯୋଗ ଦୁଃଖଦ ଯନ୍ତ୍ରଣା ଦାୟକ ଭାବୁଥାଏ ଭାଗ୍ୟହୀନ | 


Rate this content
Log in

Similar oriya poem from Inspirational