ସିଡ଼ିଏସ୍ ବିପିନ ରାୱତ
ସିଡ଼ିଏସ୍ ବିପିନ ରାୱତ
ଭାରତ ଭୂମିରେ ଜନ୍ମ ଲଭିଛନ୍ତି
କେତେ ଯେ ଦେଶପ୍ରେମୀ,ଗୁଣୀ,ବିଦ୍ଵାନ,
ତ୍ୟାଗ, ବଳିଦାନ ଦେଇ ଲେଖିଛନ୍ତି
ଇତିହାସ ପୃଷ୍ଠେ ନିଜ ନାମ l
ଥିଲେ ସେ ଜଣେ ବୀର ପୁଙ୍ଗଵ
" ସିଡ଼ିଏସ୍ ବିପିନ ରାୱତ "
କେ' ଭୁଲି ପାରିବ ଦେଶର ଗୌରବ
ଦେଶ ଜାତି ଲାଗି ସ୍ଵୟଂ ସର୍ମପିତ l
ଶତୃ ପକ୍ଷ ଆଗେ ରହିଥିଲେ ସଦା
ବିନ୍ଧ୍ୟ ହିମାଳୟ ଭଳି ବ୍ୟକ୍ତିତ୍ୱ,
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଅତୁଳନୀୟ ସେ ବୀରତ୍ୱ l
ମୁଖ୍ୟରକ୍ଷକ ହୋଇ ଦେଇଥିଲେ ବଡ଼
ବ୍ୟକ୍ତିତ୍ୱର ପରିଚୟ.,
ରକ୍ଷାକର୍ତ୍ତ୍ରୀ ହୋଇ ଦେଉଥିଲେ ଡ଼ାକ
"ଭାରତ ମାତା କି ଜୟ" l
ସେ ମାଟି ମା'ର ସୁରକ୍ଷା କରିବା
ଗୁରୁ ଦାୟିତ୍ଵ ଥିଲା ତାଙ୍କର,
କହିଥିଲେ ଦିନେ ମୁଁ ସତରେ ଗର୍ବିତ
ସଭିଏଁ ମୋ ପରିବାର l
ଶରୀର ତାଙ୍କ ଶିରା ପ୍ରଶିରାରେ
ପ୍ରବାହିତ ଦେଶପ୍ରେମ.,
ଦେଶ ସ୍ଵାର୍ଥ ହିତେ ପ୍ରାଣବଳି ଦେଇ
ପାଳିଛନ୍ତି ସିପାହୀ ଧର୍ମ l
ପ୍ରତି ବ୍ୟକ୍ତି ପାଇଁ ତାଙ୍କ ଆଦର୍ଶ
ଅଟଇ ଗାରିମାମୟ.,
ତାଙ୍କ ସଚ୍ଚୋଟତା, ପ୍ରଜାବତ୍ସଳତା
ଅନ୍ୟ ପାଇଁ ଶିକ୍ଷଣୀୟ l
ଅବିଶ୍ଵାସ ଲାଗେ ମୃତ୍ୟୁ ସମାଚାର
ଜୀବନ ଯାତ୍ରାର ରହସ୍ୟ
ତାଙ୍କରି ବିୟୋଗେ ଦୁଃଖୀ ହେଲା ଦେଶ
ସ୍ତବ୍ଧ ହେଲା ପ୍ରତି ମଣିଷ l
ହଜିଗଲେ ଆଜି ସବୁ ଆଶା ଭାଜି
ଚିର ଅମଳିନ ତାଙ୍କ ଗାଥା,
ତାଙ୍କ କିର୍ତ୍ତୀ ରାଜି ଝୁରୁଛି ଆଜି
ସେ ଭାରତର ଓଜସ୍ଵିନୀ ବକ୍ତା l
ଏତିକି ପ୍ରାର୍ଥନା ଜଗତନାଥଙ୍କୁ
ଆଶୀର୍ବାଦ ଦିଅ ବିଭୁ.,
ପରଲୋକେ ସେହି ମହାପୁରୁଷଙ୍କ
ଆତ୍ମା ଚିର ଶାନ୍ତି ଲଭୁ l
