ଶ୍ୟାମା କାଳୀ
ଶ୍ୟାମା କାଳୀ
ଦୁର୍ଗା ମାତା ଶ୍ୟାମା କାଳୀ ମାତା ମାହେଶ୍ୱରୀ
ମଙ୍ଗଳ କାରିଣୀ ମାଗୋ ଯେ ସଂହାରକାରୀ l
କାଳିମା ନାଶନ କରୁ ତୁହି ମହାକାଳୀ
ସନ୍ଥଙ୍କୁ ପାଳନ କରୁ ଶକ୍ତି ଭଦ୍ରାକାଳୀ l
ଅସୁର ନାଶିନୀ ଦେବୀ ତ୍ରିଶୂଳ ଧାରିଣୀ
ଖର୍ପର ମାଳିନୀ ମାତା ଦର୍ପ ବିନାଶିନୀ l
ଶୁମ୍ଭ ନିଶୁମ୍ଭ ଦଳିନୀ ମହିଷା ମର୍ଦ୍ଦିନୀ
ଦୁଃଖ ବିନାଶିନୀ ମାଗୋ ଶାନ୍ତି ପ୍ରଦାୟନୀ l
ନାରୀ ନାରାୟଣୀ ତୁହି ଜଗତ ଜନନୀ
ନାନା ରୂପ ଧରି ତୁହି ସଂସାର ପାଳିନୀ l
ତୋର ନାମ ଜପି ଆମ୍ଭେ କରୁଛୁ ଜଣାଣ
ସୁଖ ଶାନ୍ତି ଦିଅ ମାଗୋ ଯାଉଛୁ ଶରଣ l
ଅଧର୍ମ ଅନୀତି ନାଶ ପ୍ରକାଶି ଜ୍ଞାନର
ସତ୍ୟର ସାରଥୀ ହୋଇ ଧର୍ମ ରକ୍ଷା କର l
ଖଡ୍ଗରେ ଛେଦନ କର କ୍ରୋଧ ହିଂସା ମାନ
ଅଵଗୁଣ ହେଉ ନାଶ କରୁଛୁ ବନ୍ଦନ l
