Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଶ୍ୟାମ ପ୍ରେମେ ରାଧା ବାଇ

ଶ୍ୟାମ ପ୍ରେମେ ରାଧା ବାଇ

1 min
279



ରାଧା ପ୍ରେମେ ଶ୍ୟାମ ପାଗଳ ହୋଇଛି 

ଶ୍ୟାମ ପ୍ରେମେ ରାଧା ବାଇ

କାହ୍ନାର ସାନିଧ୍ୟ ପାଇବାକୁ ରାଧା

ବିକିବାକୁ ଯାଏ ଦହି ।


ନନ୍ଦପୁଅ ବଡ ନଟ ଖଟିଆ ଲୋ

ବାଟ ଜଗି ବସିଥାଏ

ବାଟୁଳି ମାରି ସେ ଗୋପାଳୁଣୀଙ୍କର

ଦହି ହାଣ୍ଡି ଭାଙ୍ଗିଦିଏ ।


ରାଧାରାଣୀ ସିନା ତୋଫା ଗୋରୀଟିଏ 

କାହ୍ନା ଦେହ ରଙ୍ଗ କଳା

ଯଶୋଦା ମାତାର ଗଣ୍ଠିଧନ ସିଏ

ରାଧିକା ନୟନ ତାରା ।


ନିଜ ହୃଦୟରେ ରାଧିକା ରୂପକୁ

ସାଇତି ରଖିଛି କାହ୍ନା

କାହ୍ନେଇ ପ୍ରେମରେ ଉବୁଟୁବୁ ରାଧା

ସ୍ୱାମୀ ତାର ଚନ୍ଦ୍ରସେଣା ।


ଗୋପପୁର ସାରା ଟୁପୁରୁ ଟାପର

ରାଧାକୃଷ୍ଣ ପ୍ରେମ ପାଇଁ

ସ୍ୱାମୀ ଥାଉ ଥାଉ ଭଣଜାକୁ ମନ

ଦେଇଛି ରାଧିକା ମାଇଁ ।


ଶାଶ୍ୱତ ପ୍ରେମର ଶାଶ୍ୱତ କାହାଣୀ

ରାଧା କୃଷ୍ଣ ପ୍ରେମକଥା

ପ୍ରକୃତି ପୁରୁଷ ରାଧା ଦାମୋଦର

ପାଦେ ନୁଆଁଉଛି ମଥା ।


  


Rate this content
Log in

Similar oriya poem from Abstract