STORYMIRROR

Tapan Kumar Biswal

Abstract Inspirational Thriller

4  

Tapan Kumar Biswal

Abstract Inspirational Thriller

ଶୂନ୍ୟତାର ନିରବ କଥା

ଶୂନ୍ୟତାର ନିରବ କଥା

1 min
188


ଚାରିଆଡେ ଶୂନଶାନ

ଯେମିତି ସବୁଠି ଘୋଟିଯାଇଛି

ନିରବ ରାଜୁତି

ମୁଁ ବା କରିବି କ'ଣ

କେବଳ ଖାଲି ଚାହିଁରହିଛି

ଏକ ଦର୍ଶକଙ୍କ ଭଳି ll


ଏହି ନିରବ 

ଖାଲି ନିରବ ନୁହେଁ

ସତେ ଯେମିତି ସେ

ଶିଖାଇ ଦେଉଛି 

ଅନେକ କିଛି 

ଇସାରା ଦେଉଛି 

ସାବଧାନ ହୋଇଯିବା ପାଇଁ ll


ଶୂନଶାନର ପରିବେଶରେ

ଅଜାଡି ହୋଇଯାଏ

ପୁରୁଣା ଦିନର ମୁଠା ମୁଠା 

ସ୍ମୃତି ସମୂହ 

ସତେ ଯେମିତି ସେ

ଆମକୁ ତର୍ଜମା କରିବାର ସୁଯୋଗ

ଦେଇଛି ଆମକୁ ll


ସତରେ ବେଳେବେଳେ

ଏମିତି ହିଁ ଲେଗେ

ଶୂନ୍ୟତା ନିରବରେ ହିଁ

ଅନେକ କଥା କହି ଦେଇ ଯାଉଛି

ଆମ ଆଖି ଆଢୁଆଳରେ l

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract