STORYMIRROR

କାନ୍ତିପ୍ରକାଶ ବ୍ରହ୍ମା

Inspirational Others

3  

କାନ୍ତିପ୍ରକାଶ ବ୍ରହ୍ମା

Inspirational Others

ଶୂନ୍ୟତା

ଶୂନ୍ୟତା

1 min
406


ଅନେକ ପାଖରୁ କରିଛି ଅନୁଭବ

ଯେଉଁ ଏକାନ୍ତ ମୁହୂର୍ତ୍ତର ନୀରବତା

କହିଛି ସିନା ତାକୁ ଶାନ୍ତ ପରିବେଶ

ଜାଣିଛି କିନ୍ତୁ ତାହା ଅସହ୍ୟ ଶୂନ୍ୟତା !

ଭରିନି ସେ ଶୂନ୍ୟତା ଶତ ଚେଷ୍ଟା ପରେ

କେଡେ ଯେ ଅସୀମ ଅପରିମିତ ସତେ

ପରିସୀମା ତା ସବୁ କଳ୍ପନା ବାହାରେ

କେଉଁ ଦୂର ଅଦୃଶ୍ୟ ଉପତ୍ୟକା ପ୍ରାନ୍ତେ !

କବିର କବିତା, ଶ୍ରାବଣ ମାଟିଗନ୍ଧ

ଚାନ୍ଦିନୀ ଆକାଶ, ବିସ୍ମୟ ପ୍ରଜାପତି

କରିପାରି ନାହାନ୍ତି ଦୂର ସେ ଶୁନ୍ୟତା

ପଚାରନ୍ତି ବରଂ "ତୁ କି ଏକାକୀ ଅତି?"

ଭାବେ ମନେ ନୁହେଁକି ଜହ୍ନ ଶୁକ୍ରତାରା

ଚିରକାଳ ମୋ ଭଳି ନିତାନ୍ତ ଏକାକୀ

ପଶ୍ଚିମ ଆକାଶେ ସୂର୍ଯ୍ୟସ୍ତ ହେବା ଅନ୍ତେ

ସୂର୍ଯ୍ୟମୁଖୀ ପାଖେ କଣବା ଥାଏ ବାକି ।

ଆସିଥିଲି ଦିନେ ଧରାବୁକେ ଏକାକୀ

ଫେରିଯିବି ପୁଣି ସମୟ ଦେଲେ ଡାକି

ଆଜି ମଣେ ଯାହାକୁ ଅସହ୍ୟ ଶୁନ୍ୟତା

ଜୀବନ ଅଭିନ୍ନ ଅଂଶ ନୁହେଁ ତାହାକି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational