STORYMIRROR

କାନ୍ତିପ୍ରକାଶ ବ୍ରହ୍ମା

Others

3  

କାନ୍ତିପ୍ରକାଶ ବ୍ରହ୍ମା

Others

ତୁମ ପ୍ରତୀକ୍ଷାରେ

ତୁମ ପ୍ରତୀକ୍ଷାରେ

1 min
292


ତୁମ ପ୍ରତୀକ୍ଷାରେ,

ଅତୀତ, କାହିଁ ପ୍ରତୀତ ହୁଏ ସ୍ମୃତିର କାଠଗଢା ନିଶୁଣି

ଧରିଥିଲା ହାତେ ତାର ଆଶାର ନିମନ୍ତ୍ରଣ-ପତ୍ର ପୁଣି

ସେ ନିଶୁଣିର ଅନ୍ତେଥିଲା ସତେ କିବା ତୁମର ଠିକଣା

ସେ ଠିକଣାରେ ତୁମେଥିଲ ମୁହେଁ ହସ, ମୁଣ୍ଡରେ ଓଢ଼ଣା !


ତୁମ ପ୍ରତୀକ୍ଷାରେ,

ବର୍ତ୍ତମାନ କେବେ ସମୁଦ୍ର କଲ୍ଲୋଳ, କେବେ ନିଶିର ସ୍ଥିରତା

କେବେ ଅରୁଣ ଉଷ୍ମତା, କେବେ ଜହ୍ନର ସ୍ନିଗ୍ଧତା

କେବେ ଗ୍ରୀଷ୍ମରୂତୁ ମେଘ, କେବେ ଦୂର ବନ୍ଧୁ ମେଳ

କେବେ ଆଶାର ଭଣ୍ଡାର, କେବେ ନବଶିଶୁ ଖେଳ !


ତୁମ ପ୍ରତୀକ୍ଷାରେ,

ଭବିଷ୍ୟତ କେବେ ଦୂର ପାହାଡରେ ଉଦୟବାନ୍ ଭାନୁ ଦୃଶ୍ୟ

କେଉଁ ପଲ୍ଲୀପ୍ରାନ୍ତର ସୁନ୍ଦର ଘନ-ସବୁଜ ଶସ୍ୟ

କେବେ ନଦୀକୂଳ ସୁଶୋଭିତ ବଗିଚା ମୂଲକ

କେତେ ଅନାଗତ ସୌମ୍ୟ ସମ୍ଭାବନାର ସିନ୍ଧୁକ !


Rate this content
Log in