Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାନ୍ତିପ୍ରକାଶ ବ୍ରହ୍ମା

Others

2.5  

କାନ୍ତିପ୍ରକାଶ ବ୍ରହ୍ମା

Others

ଅମୃତ ଗୀତ

ଅମୃତ ଗୀତ

1 min
160


ଜୀବନର ନିତି ରୁଟିନ୍ କାମରେ

ଥକି ମୁଁ ପଡିଲି ଦିନେ

କାହିଁକି କେଜାଣି ଭରିଗଲ। କେତେ

ଅଜବ ଚିନ୍ତା ମୋ ମନେ ।

ଭାବିଲି ଦେଖିବି ସ୍ବପ୍ନ ଟିଏ ନୂଆ

ନିରୋଳ।ରେ ଟିକେ ବସି

ଅଧା ଦେଖା ସ୍ବପ୍ନ ଭାଂଗି ଗଲା ମୋର

ପIରିଲିନି ଟିକେ ହସି ।

କହିଲି ଆଂକିବି ଛବି ଟିଏ ନୂଆ

ଧରିଲି ତୁଳିକୁ କସି,

ଥରିଲା ମୋ ହାତ ଆଂକି ବି ହେଲାନି,

ଲୁହ ପଡିଲା ମୋ ଖସି ।

ମନରେ ଆସିଲା ତୁମ କଥା ଯେବେ

ପ୍ରାଣ ହେଲା ପୁଲକିତ

ଚିନ୍ତା ସବୁ ମୋର ଦୂରେ ଚାଲିଗଲା

ମନେ ଭରିଦେଲ ମିତ

ତୁମେ କି ଅମୃତ ଗୀତ !


Rate this content
Log in