Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାଦମ୍ବରୀ ମହାଖୁଡ଼

Abstract Tragedy Action

4.0  

କାଦମ୍ବରୀ ମହାଖୁଡ଼

Abstract Tragedy Action

ଶୂନ୍ୟତା 🙏(କାଦମ୍ବରୀ ମହାଖୁଡ)

ଶୂନ୍ୟତା 🙏(କାଦମ୍ବରୀ ମହାଖୁଡ)

1 min
290



ମୁହୂର୍ତ୍ତରେ ଏଠି ଆପଣାଇ ନେବେ 

ମୁହୂର୍ତ୍ତେ କରିବେ ପର ,

ରଙ୍ଗ ବଦଳେଇ ସଭିଏଁ ଆସିବେ

ଚିହ୍ନିବା କଥାଟା ତୋର ,

ମୁହୂର୍ତ୍ତରେ ଏଠି ଆପଣାଇ ନେବେ 

ମୁହୂର୍ତ୍ତେ କରିବେ ପର ||


କିଛିଲୋକ ଏଠି 

ଡାକିବେ ହେ.... ବନ୍ଧୁ 

କିଛିତ ଏଠି 

ବନ୍ଧୁତ୍ୱେ ଟାଣିବେ ଗାର || (୨)


ସୁଖରେ ଆସିବେ 

ସାଥେ ସୁଖ ନେଇଯିବେ 

ଦୁଃଖରେ ପକାଇ 

ପ୍ରଶ୍ନବାଚକର ଗାର ,


ଦୁଃଖବେଳେ ତାଙ୍କ 

ଦୁଃଖ ଓଗାଳିବେ 

ସାହାଯ୍ୟ ମାଗିବେ....

ସୁଖବେଳେ ତାଙ୍କ 

ପଚାରି ବସିବେ 

ତୁମେ କ'ଣ ହେବ ମୋର ?

ତୁମେ କ'ଣ ହେବ ମୋର ?


ମନ ବଦଳାଇ 

ମନ ବୁଝାଇବେ 

ଏ ଅବୁଝା ମନକୁ ତୋର | ( ୨)


ମୁହୂର୍ତ୍ତେ ମିଶାଇ ସମ୍ପର୍କର ମାନ 

ମୁହୂର୍ତ୍ତେ ଗୁଣିବେ 

ସମ୍ପର୍କରେ ଦେଇ ଶୂନ.....

ସମ୍ପର୍କରେ ଦେଇ ଶୂନ ||


ମୁହୂର୍ତ୍ତରେ ଏଠି ଆପଣାଇ ନେବେ 

ମୁହୂର୍ତ୍ତେ କରିବେ ପର ,

ରଙ୍ଗ ବଦଳେଇ ସଭିଏଁ ଆସିବେ

ଚିହ୍ନିବା କଥାଟା ତୋର........

ଚିହ୍ନିବା କଥାଟା ତୋର ||

   



Rate this content
Log in

Similar oriya poem from Abstract