STORYMIRROR

Mrs. SASMITA DAS

Comedy

3  

Mrs. SASMITA DAS

Comedy

ଶୂନ୍ ଗାଡ଼ିର ସୁଖୀ ଆରୋହୀ

ଶୂନ୍ ଗାଡ଼ିର ସୁଖୀ ଆରୋହୀ

1 min
12K

ବର୍ତ୍ତମାନ ର ବାତାବରଣ ରେ

   ଚାଲ ମଟର ଗାଡ଼ି ଛାଡ଼ି

   ଶୂନଗାଡ଼ି*ସାଇକେଲ*ରେ

   ଯାତ୍ରା ଆରମ୍ଭ କରିବା

   କେବେ ତୁମେ ଗୋଟେ ଚକ ହେଲେ

    ଅନ୍ଯଟି ମୁଁ ହୋଇଯିବି

   ଉଭୟ ଙ୍କ ମଧ୍ଯରେ

    ଉତ୍ତମ ତାଳମେଳ ରେ 

    ଗାଡ଼ିଟି କୁ ଆଗେଇ ନେବା

   ଆଉ କେବେ ଚାଳକ ହୋଇଯିବ ତୁମେ

    ଆଗରେ ମୁଁ ବସିଥିବି

   ଯଦିବା କେବେ ଅପ୍ରୀତିକର

   ଅବା ଅପ୍ରାସଙ୍ଗିକତା ମୋଡ଼ରେ

   ଆମ ଗାଡ଼ି ଗତି କରିବ

   ଆଗରେ ଥିବା କ୍ରିଂକ୍ରିଂ ବେଲ କୁ ବଜାଇ ଦେବି

 କିଛି ଘଟଣା ଘଟିବା ପୂର୍ବରୁ

   ଆମେ ସ୍ଥିର ହୋଇ 

  ନିଜକୁ ସୁରକ୍ଷା କରିନେବା

   ସାଇକେଲ ର ଫିଟନେସ ପାଇଁ

   ତେଲ ଦେଇ ସଫା କଲା ଭଳି

   ଆମ ହୃଦୟ ର କୋଠରୀ କୁ

   ସୁସ୍ଥ ଚିନ୍ତାରେ ସୁସ୍ଥ ରଖିବା

   ଗାଡ଼ି ଆଗକୁ ବଢ଼ାଇବା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy