😊😊ଶୁଣ ମୋ ଗୁହାରି ପ୍ରଭୁ😊😊
😊😊ଶୁଣ ମୋ ଗୁହାରି ପ୍ରଭୁ😊😊
ବଂଶୀ ଧର ପ୍ରଭୁ ଜଗତ କଲ୍ୟାଣେ
ବଂଶୀଟି ବଜେଇ ଦିଅ
ବିଚ୍ଛିନ୍ନାଚଳ ରେ ଅଛନ୍ତି ଓଡିଆ
ଦୁଖ ତାଙ୍କ ଶୁଣି ନିଅ।୧।
ଖିରଧା ସମୁଦ୍ରେ ନିଶ୍ଚିନ୍ତେ ଶୋଇଛ
ଡାକୁଛି ଓଡ଼ିଆ ଭାଇ
ବିଚ୍ଛିନ୍ନାଚଳ ମୋ ଶୂନ୍ୟ ପଡି ଅଛି
ଭକ୍ତିରେ ଡାକେଟି ଭାଇ।୨।
ଭାଷା ଶୁନ୍ୟ ହୋଇ ପଡିଅଛି ଆଜି
ବିଚ୍ଛିନ୍ନାଚଳ ଭୂମିଟି
ଭାଷାର ଆଲୋକ ଜାଳି ଦିଅ ପ୍ରଭୁ
ବିକାଶ ହେଉ ଭୂମିଟି।୩।
ଦ୍ରୌପଦୀ ଦୁଖ ଦୂର କଲ ପ୍ରଭୁ
ପଣତ ଦେଇଣ ତାଙ୍କୁ
ବିଚ୍ଛିନ୍ନାଚଳ ର ଦୁଖ ଦୂର କର
ଭାଷାକୁ ଦେଇଣ ତାଙ୍କୁ।୪।
ଓଡ଼ିଆ ପ୍ରଦୀପ ଜଳି ଉଠୁ ପୁଣି
ବିଚ୍ଛିନ୍ନାଚଳର ପାଇଁ
ଓଡ଼ିଆ ଜନତା ଜାଗି ଉଠନ୍ତୁଟି
ଭାଷାର ଉନ୍ନତି ପାଇଁ।୫।
ଓଡ଼ିଆ ସଂସ୍କୃତି ବଞ୍ଚି ରହୁ ସଦା
ଏତିକି ଗୁହାରି ତତେ
ଭାଷାର ଉନ୍ନତି କରିଦିଅ ପ୍ରଭୁ
ଗୁହାରି କରୁଛୁଁ ତତେ।୬।
ମାତ୍ରୃଭାଷା ଆମ ସବୁଠୁ ବଡ଼ ହେ
ଭାଷାର ମାନ ରଖିବା
ଧର୍ମ ପଥେ ଚାଲି କର୍ମ କରି ନିତ୍ୟେ
ଉନ୍ନତି ଭାଷା କରିବା।୭।
ବିଛିନ୍ନାଞ୍ଚଳ ରେ ଓଡ଼ିଆ ଭାଷାର
ପ୍ରଦୀପ ଜଳି ଉଠିବ
ଭାଷା ପ୍ରେମୀ ତାହା ଅବଶ୍ୟ କରିବେ
ସଂସ୍କୃତି ଆମ ରହିବ।୮।
ବଂଶୀ ଧର ପ୍ରଭୁ ଜଗତ କଲ୍ୟାଣେ
ବଂଶୀଟି ବଜେଇ ଦିଅ
ବିଚ୍ଛିନ୍ନାଚଳ ରେ ଅଛନ୍ତି ଓଡ଼ିଆ
ଦୁଖ ତାଙ୍କ ଶୁଣି ନିଅ।୯।
