STORYMIRROR

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ଶୁଣ ମାଆ ଶୁଣ ଥରେ

ଶୁଣ ମାଆ ଶୁଣ ଥରେ

1 min
228

ଶୁଣ ମାଆ ଶୁଣ ଥରେ

କହିବୁ କି ତୋ ତୁଣ୍ଡରେ

ଶୁଣ ମାଆ ଶୁଣ ଥରେ .....

ପ୍ରତିବର୍ଷ ଆସୁ ତୁହି ପାର୍ବଣ ପଣତ ଛୁଇଁ

କାହିଁକି ପାପି ନମରେ ଜଗତ ରହିଛି ଡରେ

ସବୁ ବାଜେ ତୋ କର୍ଣ୍ଣରେ 

ଶୁଣ ମାଆ ଶୁଣ ଥରେ ......

ବ୍ରହ୍ମା ବରେ ବଳିୟାନ ମହିଷାସୁରର ମନ

ଅନୀତି ଅଧର୍ମ କଲା ତପ ଯଜ୍ଞ ଧ୍ୱଂସ ହେଲା

ସର୍ବେ ଡାକନ୍ତି କାତରେ 

ଶୁଣ ମାଆ ଶୁଣ ଥରେ ....

ସ୍ୱର୍ଗ ପୁର କମ୍ପମାନ ତ୍ରିଦେବ ଯେ କଲେ ଧ୍ୟାନ

ବୁଦ୍ଧି ଦିଅ ଆଦି ମାତା ତୁମେ ତ ଜଗତଜିତା

ଆସି ଆମ୍ଭ ବିପତ୍ତିରେ ।

ଶୁଣ ମାଆ ଶୁଣ ଥରେ .....

ପୂଜାରେ ହୋଇଲୁ ପ୍ରୀତ ଲିଭାଇଲୁ ଅଶ୍ରୁପାତ

ଦେବ ଦେଲେ ଅସ୍ତ୍ର ଶସ୍ତ୍ର ଝୀନ ନାଲି ପାଟ ବସ୍ତ୍ର

ତୋର ଦଶ ଭୁଜା କରେ 

ଶୁଣ ମାଆ ଶୁଣ ଥରେ ......

ସିଂହର ଲାଙ୍ଗୁଳ ଧରି ଆସିଲୁ ତମସା ଚିରି

ଶୁମ୍ଭ ନିଶୁମ୍ଭ ନାଶିଲୁ ଅର୍ଦ୍ଧ ବଳ ଭଗ୍ନ କଲୁ

ସନ୍ତୋଷ ପ୍ରାପ୍ତି ରୁଧିରେ 

ଶୁଣ ମାଆ ଶୁଣ ଥରେ ......

ଦାନବ ଶକ୍ତି ହରାଇ ମହିଷାସୁର ଚିନ୍ତଇ

କିଏ ସେ ବିଶ୍ଵ ମୋହିନୀ ସାଜିଲା ମୃତ୍ୟୁ କାରିଣୀ

ମୋ ଠାରୁ କି ବଳିୟାରେ

ଶୁଣ ମାଆ ଶୁଣ ଥରେ ....

ଉଚ୍ଚାଟନେ ଉଠେ ମାତି କମ୍ପେ ତ୍ରିଭୂବନ ଛାତି

ଘନ ଘୋର ରଣ ସାଥେ ଆସିଲୁ ସିଂହର ରଥେ

ଛେଦିଲୁ ମହିଷାସୁରେ ।

ଶୁଣ ମାଆ ଶୁଣ ଥରେ ......

ସର୍ବେ ଅସୁର ନିହତ ରକ୍ତ ବୀର୍ଯର ସହିତ

ତିନି ପୁର ଆନନ୍ଦିତ ତଥାପି କ୍ଷୁବ୍ଧ ଶାଣିତ

ଗୋପନରୁ ପାପ ଝରେ

ଶୁଣ ମାଆ ଶୁଣ ଥରେ .......

ଛଳିଲା ମହିଷାସୁର ପୁଣି ଗ୍ରାସିଲା ସଂସାର

କଳି ଯୁଗେ ପାପି ମନେ ବସେ ଲୋଲୁପ ନୟନେ

ଦୁଷ୍ଟର କାୟା ବିସ୍ତାରେ

ଶୁଣ ମାଆ ଶୁଣ ଥରେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy