Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାଦମ୍ବରୀ ମହାଖୁଡ଼

Abstract Tragedy

4.3  

କାଦମ୍ବରୀ ମହାଖୁଡ଼

Abstract Tragedy

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
174




 

ଜୀବନଟା ଯଦି

ବୃକ୍ଷ ପାଲଟେ ,

ମନ ସାଜେ

 ତାର ପତ୍ର ||


ହସ ଦିସେ ଯଦି

ସବୁଜ ସୁନ୍ଦର ,

ଭଙ୍ଗା ମନ ସାଜେ

ଶୁଖିଲା ପତ୍ର ||


ତଥାପି ଚମକେ

ସୁବର୍ଣ୍ଣର ରଙ୍ଗେ ,

ଝଡି ପଡେ ସତେ

ବସନ୍ତର ସଙ୍ଗେ ||


ମନ ବୟସ ଟା 

ଝଡି ପଡେ ଶୁଖିବା ଆଗରୁ

ଝଡ଼େ ଉଡେ ତଳେ ପଡେ

କାଇଁ କେତେ ଅନାଦି କାଳରୁ ||


ଏ ବୃକ୍ଷ ମାନବ

ଏ ସମ୍ପର୍କ ପତ୍ରରୁ 

ସୁଖୀ ନଥିଲା ତ

ନୂତନ ସମ୍ପର୍କ ନୂଆ ଆରମ୍ଭରୁ ||


ଯୌବନଟା ଅଶାନ୍ତ ପାଲଟେ

ବୃକ୍ଷ ଚେର ପରି

ମନର ଫୁଲଟା ଝଡି ପଡେ

 ଶୁଖିଲା ପତ୍ରଟିଏ ପରି ||


ଜୀବନଟା ଯଦି ସ୍ନେହର

 ଆଉ ପ୍ରେମର .....

 ଅବା ପ୍ରକୃତିର

ସତ୍ୟ କେବଳ ନିଅତିର .....


କିଛି ଲାଭ ନାହିଁ

ମରୀଚିକା ସଜାଇ

ଏ ବୟସର ନେତ୍ର ,

ଖାଲି ଅବଶୋସ

ଏ ଜୀବନଟା

ସାଜେ ଯନ୍ତ୍ରଣାର କ୍ଷେତ୍ର ||


ପାରିବ ଯଦି

କେବଳ ଗୋଟିଏ ବୃକ୍ଷ ନୁହେଁ

ଥରେ ଦେଖ ପ୍ରକୃତିର ନେତ୍ର .......

କଞ୍ଚା ଯୌବନେ 

ସାଜିବନି କେବେ

 ଶୁଖିଲା ପତ୍ର ||


Rate this content
Log in

Similar oriya poem from Abstract