Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Children

4  

Durjyodhan Barik

Children

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
161



ଋତୁ ବଦଳୁଛି ଶୀତ ଆସୁଅଛି

ଜଗତକୁ ଯିବ ମାଡି,

ଗଛରେ ପତର ପାଚିବ ଝଡିବ

ତଳେ ଯିବ ସବୁ ପଡି ।

ତଳେ ପଡ଼ିଗଲେ ସବୁ ଶୁଖି ଯିବ

କିଛି କାର୍ଯ୍ୟେ ଲାଗିଯିବ,

ଯାହା ବାକିଥିବ ତହିଁ ପଡ଼ି ରହି

ପଚି ସଢି ଖତ ହେବ ।


ବନବାସୀମାନେ ଶୁଖିଲା ପତ୍ରକୁ

ସାଉଁଟି ଘରକୁ ନେବେ,

ଭଲ ପତ୍ର ବାଛି ଖଲି ଦନା କରି

ବଜାରେ ବିକ୍ରି କରିବେ ।

ଯେଉଁ ପତ୍ର ସବୁ ବଳକା ରହିବ

ଜାଳକାର୍ଯ୍ଯେ ଲଗାଇବେ,

ଏହି ପରି ଭାବେ ଶୁଖିଲା ପତ୍ରକୁ

ଉପଯୋଗ କରୁଥିବେ ।


ଶୀତ ପରେ ଯେବେ ବସନ୍ତ ଆସଇ

ନବ ପତ୍ର ପଲ୍ଲଵଇ,

ନୂତନ ପତ୍ରରେ ବୃକ୍ଷଟିର ଶୋଭା

ବିମଣ୍ଡିତ ହୋଇଥାଇ ।


Rate this content
Log in