ଶୁଖିଲା ପତ୍ର
ଶୁଖିଲା ପତ୍ର
ଶୁଖିଲା ପତ୍ର ମୁଁ ଥୁଣ୍ଟା ଗଛଟିରେ
ଶୋଭା ପାଏ ସ୍ୱର୍ଣ୍ଣ ରଙ୍ଗେ
ସରି ଆସିଲାଣି ଆୟୁଷ ମୋହର
ତଥାପି ମୋହ ନ ଭାଙ୍ଗେ ।
ସରିଲାଣି ମୋର ଯୌବନର ବାସ
ସବୁଜିମା ଗଲାଣି ଚାଲି
ଯେଉଁ ପତ୍ର ଦିନେ ଛାଇ ଦେଉଥିଲା
ଆଜି ସେ ଅଲୋଡା ଖାଲି ।
ଶୀତ ସକାଳର କାକର ବିନ୍ଦୁରେ
ଥରୁଛି ମୁଁ ଥିରି ଥିରି
କୋମା ଅବସ୍ଥାରେ ଲାଗିଛି ବୃକ୍ଷରେ
ପାରୁନି ଚିତ୍କାର କରି ।
କେବେ ଫେରିଯିବି ମୋ ମାଆ କୋଳକୁ
ଅଛି ଏବେ ଅପେକ୍ଷାରେ
ସୁଦୀର୍ଘ ଯନ୍ତ୍ରଣା ଅନ୍ତ ହୋଇଯିବ
ଶୋଇଯିବି ନିଶ୍ଚିତରେ ।
