STORYMIRROR

Sadananda Sahoo

Romance

3  

Sadananda Sahoo

Romance

ଶୁଭ୍ର କାଶତଣ୍ଡି ପ୍ରେମସ୍ମୃତି ସାଥୀ

ଶୁଭ୍ର କାଶତଣ୍ଡି ପ୍ରେମସ୍ମୃତି ସାଥୀ

1 min
319


 ଶୁଭ୍ରାଂଶି ମାନସୀ ଦିଅ ପ୍ରିୟା ହସି

    ହସୁଛିତ କାଶତଣ୍ଡି ;

ତୁମ ପ୍ରେମସାକ୍ଷି ଏଇ କାଶତଣ୍ଡି  

    ପାରିବନି ତାକୁ ଭଣ୍ଡି ।


ସବୁ ପ୍ରେମସ୍ମୃତି ସାଇତି ରଖିଛି

   ଶାରଦେ ପୁଷ୍ପିତ ହୋଇ ;

 ତୁମ ପ୍ରିୟରଙ୍ଗ କରିଛି ଧାରଣ

   ହୃଦୟକୁ ଦବ ଛୁଇଁ ।


 ସୃଷ୍ଟିର ବିଭବ ପ୍ରେମର ପ୍ରତୀକ

    ଅପୂର୍ବ ତା'ରୂପ କାନ୍ତି ;

ସେ'ଶୁଭ୍ରା ସୁନ୍ଦରୀ ତୁମରି ସଙ୍ଗିନୀ

  ମନ ପ୍ରାଣେ ଭରେ ଶାନ୍ତି ।


ପ୍ରେମର ସମୃଦ୍ଧି କରେସେ'ଯେ ବୃଦ୍ଧି

   ନିକାଞ୍ଚନ ସ୍ଥାନେ ରହି ;;

ପ୍ରେମପକ୍ଷୀ ଯେତେ ଆସନ୍ତି ତା'କୋଳେ

  ସ୍ଵାଗତ କରଇ ସେହି ।


 ପ୍ରେମ ମୁକସାକ୍ଷି ଏଇ କାଶତଣ୍ଡି

   ଭୁଲିବନି ତା'କୁ ଶୁଭ୍ରା ;

ସିନ୍ଥିରେ ତୁମର ଦେଖିବ ସିନ୍ଦୂର

  ସାଜିବ ତା'ପାଇଁ ଆଭା ।


ତୁମରି ବାଟକୁ ରହିଛି ଅନାଇ

   ଆସିବ ଶାରଦେ ହସି ;

ସ୍ୱାଗତ କରିବ ବିନମ୍ର ଭାବେ

   ଶୁଭ୍ରାପୁଷ୍ପେ କାଶତଣ୍ଡି ।


ତୁମକୁ ଚିହ୍ନିଚି ମୋତେ'ବି ଜାଣିଛି

  ଆମେ ଦୁହେଁ ପ୍ରେମପକ୍ଷି ;

ଶୁଭ ଆଶିର୍ବାଦ କରିବ ସେ'ବେଶି

  ପ୍ରେମପ୍ରେମୀ ହେଵା ସୁଖୀ ।



Rate this content
Log in

Similar oriya poem from Romance