STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ଶୁଭାଶିଷ ଦିଅ ଢାଳି

ଶୁଭାଶିଷ ଦିଅ ଢାଳି

1 min
260


ଶରତ ଆସିଛି ବୋଲି

ଚୁପିଚୁପି ଆସି ଶେଫାଳି

କହି ଦେଇଗଲା ତ ଚାଲି

ମାଆ ମୋ ଆସିବେ ବୋଲି।

ଆନମନା ମୁହିଁ ହେଲି

ପୂଜା ବିଧି ଜାଣି ନାହିଁ 

କି ଦେଇ ପୂଜିବି ମୁହିଁ 

ସବୁ ତ ଦେଇଛି ସେଇ

ଭକତି ଦୀପାଳି ଜାଳି

ଧରି ଶ୍ରଦ୍ଧା ଅର୍ଘ୍ଯ ଥାଳି

କରୁଅଛି ଏଇ ଅଳି

ଆସ ମାଆ କୃପାକରି

ହାତେ ଧରି ଧର୍ମ ଧ୍ବଜା 

ଅଚିରେ ନାଶ କରୋନା

ଶକ୍ତି ଦିଅ ଆଦିମାତା

ହଟୁ କରୋନା ତମସା

ଶାନ୍ତିରେ ରହୁ ଭାରତମାତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children