STORYMIRROR

Trushna Das

Abstract Tragedy Inspirational

4  

Trushna Das

Abstract Tragedy Inspirational

ଶୁଭାରମ୍ଭ

ଶୁଭାରମ୍ଭ

1 min
510

ହସି ହସି କଟି ଯିବ ସମୟ

ଜୀବନ ତ ସୁଖ ଦୁଃଖର ସମାହାର 

ଏ ଯେ ମହ ମାୟାର ସଂସାର 

ଅସ୍ତିତ୍ୱ ବନାଇବାର ଅଛି ନିଜର ।


ଆଖିର ସପନ ସୁଅରେ

ବହି ଯିବ ଆଗରୁ ବୁଝିବାକୁ ପଡିବ ଯେ

ସପନ ଟି ସତ୍ୟ କେତେ ମିଛ କେତେ

ଭାବି ଚିନ୍ତି କଲେ କାମ ସବୁବେଳେ 

ସାର୍ଥକ ମିଳିବ ଏଇ ଜୀବନେ 

ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ 

ଆଶିଷ ମିଳିବ ଈଶ୍ୱରଙ୍କର ସବୁବେଳେ 

ଗୁରୁଜନ ଆଉ ପରିବାର ଲୋକ ଖୁସି ହେଲେ 

ସ୍ୱର୍ଗ ମିଳିବ ମର୍ତ୍ତ୍ୟ ମଣ୍ଡଳରେ ।


ଆଶାର ବାଡି କୁ ହଜାଇବାର 

ନାହିଁ ଯେ ଆଉ ମୋର 

ପୁନଃ ଅପେକ୍ଷା ନୂତନ ସକାଳର 

ନୂତନ ସକାଳେ ନେଇ ଈଶ୍ୱରଙ୍କ ଆଶୀର୍ବାଦ 

ପୁନଃ ଜୀବନ ଯାତ୍ରାର ହୋଇବ ଶୁଭାରମ୍ଭ 

ଭାବି ଚିନ୍ତି ଅଛି ଆଗେଇବାର 

ନୂତନ ସପନର କରିବାର ଅଛି ପୁନଃ ସଞ୍ଚାରଣ 

ଲୁହକୁ ସାଇତି ବାଣ୍ଟିବାର ଅଛି ହସ

ଅପାତ୍ରରେ ଦାନ କରିବାର 

ଯେ ଆଉ ନାହିଁ ସେ ଯେ ପ୍ରେମ ହେଉ ବା ଲୁହ ।


ହସି ହସି କଟି ଯିବ ସମୟ

ଦୁଃଖ ବି ପାଖକୁ ଆସିବା ପାଇଁ 

ଡରିବ ଦେଖି ତୁମ ହସ ମୁଖ

ପରିବାରରେ ହୋଇବ ଉଲ୍ଲସିତ 

ଜୀବନ ପ୍ରେମରେ ହୋଇବ ରଙ୍ଗୀନ

ଶୁଭାରମ୍ଭ ପାଇଁ ଆଉ କି ବା ଏ ଜୀବନେ ଦରକାର ।


এই বিষয়বস্তু রেট
প্রবেশ করুন

Similar oriya poem from Abstract